ନନ୍ଦନକାନନରେ ଜନ୍ମ ନେଇଥିବା ଏକ ବିରଳ ପ୍ରଜାତିର କଇଁଛ ମୃତ୍ୟୁ

ଭୁବନେଶ୍ବର: ନନ୍ଦନକାନନରେ ଜନ୍ମ ନେଇଥିବା ଏକ ବିରଳ ପ୍ରଜାତିର କଇଁଛ ମୃତ୍ୟୁ ହୋଇଛି।  ଚିଡିଆଖାନର ସରୀସୃପ ଖୁଆଡ଼ରେ ଜନ୍ମ ହେଇଥିବା ଏ କଇଁଛ ଟିର ୨ଟି ମୁଣ୍ଡ ରହିଥିଲା।  ଯାହାକି ଅତ୍ୟନ୍ତ ବିରଳ ପ୍ରଜାତିରI ତେବେ କିଛିଦିନ ତଳେ କଇଁଛମାନେ ବାଲିରେ ଅଣ୍ଡାଦେଇଥିଲେ। ସେପ୍ଟେମ୍ବର 11ରେ ସେଇ ଅଣ୍ଡାରୁ ୨ଟି ଛୁଆ ବାହାରିଥିଲେ।  ଗୋଟିଏ ସାମାନ୍ୟ ଥିବା ବେଳେ ଅନ୍ୟ ଛୁଆଟିର ୨ଟି ମୁଣ୍ଡ ଥିବା ଦେଖିବାକୁ ମିଳିଥିଲା।

୨ ମୁଣ୍ଡିଆ କଇଁଛଟି ସୁସ୍ଥ ଥିବା ବେଳେ ତାକୁ ନନ୍ଦନକାନନର ଭେଟେନାରୀରେ ରଖାଯାଇଥିଲାI ହେଲେ ଗତକାଲି ଦୁଇମୁଣ୍ଡିଆ କଇଁଛଟି ମୃତ୍ୟୁବରଣ କରିଛି I କେଉଁ କାରଣରୁ ବିରଳ କଇଁଛର ମୃତ୍ୟୁ ହେଲା ତାହା ସ୍ପଷ୍ଟ କରିନାହାଁନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ମୃତ କଇଁଛ ଟି  ମୁଖ୍ୟତଃ ପାଣି କଇଁଛI ପୋଖରୀ, କୂଅ, କେନାଲର ମଧୁର ଜଳରେ ଏମାଙ୍କୁ ଦେଖିବାକୁ ମିଳେI ଏମାନେ ମୁଖ୍ୟତଃ ଜିଆ, ପୋକ, ମାଛ, ଗେଣ୍ଡା ଖାଇଥାନ୍ତିI ଏହି ପ୍ରଜାତିର କଇଁଛ ବର୍ଷକୁ ଥରେ ମାତ୍ର ବାଲି ଖୋଳି 20 ରୁ ଅଧିକ ଅଣ୍ଡା ଦେଇଥାନ୍ତିI

Related Articles

Back to top button