ବୁଧବାରଠୁ ଆରବିଆଇ ମୁଦ୍ରା ନୀତି କମିଟି ବୈଠକ

ନୂଆଦିଲ୍ଲୀ: ବୁଧବାର ସେପ୍ଟେମ୍ୱର ୨୮ରୁ ଆରବିଆଇର ତିନି ଦିନିଆ ମୁଦ୍ରା ନୀତି କମିଟି ବୈଠକ ଆରମ୍ଭ ହେବ । ଆସନ୍ତା ସେପ୍ଟେମ୍ୱର ୩୦ ଯାଏଁ ଏହି ବୈଠକ ବସିବ। ସେପ୍ଟେମ୍ୱର ୩୦ରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିବେ । ଆରବିଆଇ ମୁଦ୍ରା ନୀତି କମିଟି ରେପୋ ରେଟରେ ୫୦ ବେସିସ ପଏଣ୍ଟ ବଢାଇବାକୁ ନିଷ୍ପତ୍ତି ନେବାର ଅଧିକ ସମ୍ଭାବନା ରହିଛି । ରେପୋ ରେଟରୁ ୫.୪୦ ପ୍ରତିଶତରୁ ବଢାଇ ୫.୯୦ ପ୍ରତିଶତ କରାଯାଇପାରେ । ଯଦି ଏପରି ହୁଏ ତେବେ ସାଧାରଣ ଲୋକଙ୍କ ହମଙ୍ଗା ମାଡ ହେବ । ଲୋକଙ୍କ ଇଏମଆଇ ମହଙ୍ଗା ହେବ।

ଅଗଷ୍ଟ ମାସରେ ମୁଦ୍ରାସ୍ଫୀତି ୭ ପ୍ରତିଶତ ଥିଲା। ଆରବିଆଇର ଧାର୍ଯ୍ୟ ସ୍ତର ୬ ପ୍ରତିଶତ ଠାରୁ ଏହା ଅଧିକ । ଆରବିଆଇ ଲଗାତାର ଚତୁର୍ଥ ଥର ପାଇଁ ମୁଦ୍ରା ନୀତି ବୈଠକରେ ରେପୋ ରେଟରେ ବୃଦ୍ଧି କରିପାରେ । ଆରବିଆଇ ରେପୋ ରେଟ ବଢିବା ପରେ ବ୍ୟାଙ୍କ ଋଣ ଅଧିକ ହେବ, ଯାହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ । ରେପୋ ରେଟ ବଢିବା ପରେ ହୋମ ଲୋନ, କାର ଲୋନ ଏବଂ ବିଜନେସ ଲୋନ ମହଙ୍ଗା ହେବ। ପୂର୍ବରୁ ଯେଉଁମାନେ ରେପୋ ରେଟ ଆଧାରିତ ହୋମ ଲୋନ ନେଇଛନ୍ତି ସେମାନଙ୍କ ଇଏମଆଇ ବଢିବ।

୨୦୨୨ରେ ଆଇବିଆଇ ରେପୋ ରେଟରେ ୧.୪୦ ପ୍ରତିଶତ ବଢାଇଛି । ପ୍ରଥମ ଥର ଆରବିଆଇ ମେ ମାସରେ ୪୦ ବେସିସ ପଏଣ୍ଟ, ଦ୍ୱିତୀୟରେ ଜୁନ ମାସରେ ୫୦ ବେସିସ ପଏଣ୍ଟ ଏବଂ ଅଗଷ୍ଟରେ ୦.୫୦ ପ୍ରତିଶତ ବଢାଯାଇଥିଲା । ନିକଟରେ ଆମେରିକା ଏବଂ ବ୍ରିଟେନର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ବୃଦ୍ଧି କରିଥିଲେ । ଏହା ପରେ ଆରବିଆଇ ମଧ୍ୟ ଋଣ ମହଙ୍ଗା କରିପାରେ ।

Related Articles

Back to top button