ମହାନ ଟେନିସ ଖେଳାଳି ନରେଶ କୁମାରଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତର ମହାନ ଟେନିସ ଖେଳାଳି ନରେଶ କୁମାରଙ୍କ ୯୩ ବର୍ଷ ବୟସରେ ବୁଧବାର ପରଲୋକ ହୋଇଯାଇଛି। ଷ୍ଟାର ଖେଳାଳି ଲିଆଣ୍ଡର ପେସଙ୍କ ସେ ଗୁରୁ ଥିଲେ । ୧୯୫୨ରେ ଡେଭିସ କପରେ ସେ ଡେବ୍ୟୁ କରିଥିଲେ। ସେ ତାଙ୍କ କ୍ୟାରିୟରରେ ୧୦୧ ୱିମ୍ବେଲଡେନ ମ୍ୟାଚ ଖେଳିଛନ୍ତି। ଡେଭିସ କପରେ ସେ ଭାରତର ପ୍ରଥମ ଅଧିନାୟକ ହେବା ଗୌରବ ଅର୍ଜନ କରିଥିଲେ। କିଛି ସପ୍ତାହ ହେବ ସେ ସ୍ୱାସ୍ଥ୍ୟଜନିତ ସମସ୍ୟାରେ ପଡିଥିଲେ । ୨୨ ଡିସେମ୍ବର ୧୯୨୮ରେ ସେ ପାକିସ୍ତାନର ଲାହୋରରେ ଜନ୍ମ ଗ୍ରହଣ କରିଥିଲେ। ନରେଶ କୁମାର ଓ ରାମନାଥ କ୍ରିଷ୍ଣନ ଭାରତର ଯୁବ ପିଢ଼ୀଙ୍କ ନିକଟରେ ଟେନିସକୁ ପରିଚିତ କରାଇଥିଲେ କହିଲେ ଭୁଲ ହେବନି।

ସେ ତାଙ୍କ କ୍ୟାରିୟରରେ ୫ଟି ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଏଥିରେ ଆୟରିଶ ଚାମ୍ପିୟନଶିପ, ୱେଲ୍ସ, ପ୍ରିଟଂନ ଅନ ସି ଏସେକ୍ସ, ୱେଙ୍ଗନ ଟୁର୍ଣ୍ଣାମେଂଟ ସାମିଲ। ୧୯୬୯ରେ ସେ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଏସିଆନ ଚାମ୍ପିୟନଶିପରେ ଖେଳିଥିଲେ। ୧୯୯୦ରେ ସେ ୧୬ ବର୍ଷୀୟ ପେସଙ୍କୁ ଜାପାନ ବିପକ୍ଷ ଡେଭିସ କପ ଟିମରେ ସାମିଲ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହା ପରେ ପେସ ଆଉ ପଛକୁ ଚାହିଁ ନ ଥିଲେ। ୨୦୦୦ରେ ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ଏକାଧାରରେ ଖେଳାଳି, କୋଚ, କମେଣ୍ଟଟର ଓ ଲେଖକ ଥିଲେ।

Related Articles

Back to top button