୪୪ ବିଲିୟନ ଡଲାରରେ ଟ୍ୱିଟର ଅଧିଗ୍ରହଣ ପାଇଁ ଏଲନ ମସ୍କଙ୍କ ପ୍ରସ୍ତାବ ସପକ୍ଷରେ ଶେୟାରଧାରକଙ୍କ ସହମତି

ଟ୍ୱିଟର ଏବଂ ଏଲନ ମସ୍କଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନାହିଁ । ଗୋଟିଏ ପଟେ ଏହି ଲଢେଇ କୋର୍ଟକୁ ଯିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ ଏହି ମାମଲାରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମନାକୁ ଆସିଛି । ଟ୍ୱିଟର ଶେୟାର ହୋଲ୍ଡର୍ସ ମଙ୍ଗଳବାର ଏଲନ ମସ୍କଙ୍କ ୪୪ ବିଲିୟନ ଡଲାର ପ୍ରସ୍ତାବରେ ରାଜି ହୋଇଛନ୍ତି ।

ରିପୋର୍ଟ ଅନୁସାରେ, ଦୀର୍ଘ ଦିନର ଆଲୋଚନା ପରେ ଟ୍ୱିଟର ଶେୟାର ଧାରକମାନେ ଟେସଲା ସିଇଓଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଏପ୍ରିଲରେ ପ୍ରତି ଶେୟାର ପିଛା ୫୪.୨୦ ଡଲାର ପ୍ରସ୍ତାବ ଦେଇଥିଲେ ଏଲନ ମସ୍କ । ଟ୍ୱିଟର ଅନୁସାରେ, ଡିଲ୍ ପକ୍ଷରେ ୯୮.୬ ପ୍ରତିଶତରୁ ଅଧିକ ଭୋଟ ପଡିଥିଲା।

କମ୍ପାନିର ନିବେଶକ ପ୍ରସ୍ତାବରେ ସହମତି ପ୍ରକାଶ କରିଛନ୍ତି, କିନ୍ତୁ ଏଲନ ମସ୍କ ଏହି ଡିଲ୍‌କୁ ନେଇ ଆଗକୁ ବଢିବାକୁ ଚାହୁଁ ନଥିବା ଦାବି କରାଯାଉଛି। ମସ୍କଙ୍କ ଦାବି ପୂରଣ ନ ହେବା ଯାଏ ଟ୍ୱିଟରକୁ କିଣିବା ପ୍ରସ୍ତାବ ଉପରେ ଆଗକୁ ବଢିବେନି ବୋଲି ଜଣା ପଡିଛି । ଟ୍ୱିରରକୁ କିଣିବା ପୂର୍ବରୁ ଏଥିରେ ଥିବା ଫେକ୍ ଆକାଉଣ୍ଟ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ ମସ୍କ ଦାବି କରୁଛନ୍ତି ।

ଟ୍ୱିଟରେ ପ୍ରାୟ ୨୦ ପ୍ରତିଶତ ଫେକ୍ ଆକାଉଣ୍ଟ ଥିବା ଟେସଲା ସିଇଓ ତଥା ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଦାବି କରୁଛନ୍ତି । ଅନ୍ୟପଟେ ଏହି ସଂଖ୍ୟା ୫ ପ୍ରତିଶତ ଥିବ ବୋଲି କମ୍ପାନି କହୁଛି । ଯାହାକୁ ନେଇ ବିବାଦ ବଢିଥିଲା ଏବଂ ଜୁଲାଇରେ ଏହି ଡିଲ୍‌ରୁ ଓହରିବା ନେଇ ମସ୍କ ଘୋଷଣା କରିଥିଲେ। ପରେ ଟ୍ୱିଟର ଆଇନର ସାହାରା ନେଇ ଡିଲକୁ ପୂରା କରିବା ପାଇଁ ଏଲନ ମସ୍କଙ୍କୁ କହିଥିଲା।

Related Articles

Back to top button