କରନ ଜୋହର ବ୍ରହ୍ମାସ୍ତ୍ର ଫିଲ୍ମର ପ୍ରଚାର ପାଇଁ ରାଜମୌଲୀଙ୍କୁ ୧୦ କୋଟି ଟଙ୍କା ଦେଇଥିଲେ ବୋଲି ଚର୍ଚ୍ଚା

ମୁମ୍ବାଇ: ବ୍ରହ୍ମାସ୍ତ୍ର ଫିଲ୍ମ ବକ୍ସ ଅଫିସରେ ଏ ପର୍ଯ୍ୟନ୍ତ ଭଲ କାରବାର କରୁଛି। ଅବଶ୍ୟ ଏହାର କଲେକ୍ସନ ଡାଟା ନେଇ କିଛି ସଂଶୟ ସୃଷ୍ଟି ହୋଇଥିଲେ ମଧ୍ୟ ତାହା ପ୍ରମାଣିତ ହୋଇପାରି ନାହିଁ। ଏହା ମଧ୍ୟରେ ଆଉ ଏକ ଖବର ସମସ୍ତଙ୍କୁ ଚକିତ କରିଛି। କରନ ଜୋହର ତାଙ୍କ ଫିଲ୍ମର ପ୍ରଚାର ପାଇଁ ଦକ୍ଷିଣ ଭାରତର ପ୍ରତିଷ୍ଠିତ ନିର୍ଦ୍ଦେଶକ ଏସଏସ ରାଜମୌଲୀଙ୍କୁ ୧୦ କୋଟି ଟଙ୍କା ଦେଇଥିଲେ। ତେବେ ରାଜମୌଲି ଓ କରନ ଏହି ଖବରକୁ ଖଣ୍ଡନ କରିଛନ୍ତି। କରନ ଏବଂ ରାଜମୌଲିଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରିବା ପାଇଁ ଏହି ମିଥ୍ୟା ଖବର ପ୍ରସାରିତ କରାଯାଉଛି।

୫୦୦ କୋଟି ପାଖାପାଖି ବଜେଟରେ ନିର୍ମିତ ବ୍ରହ୍ମାସ୍ତ୍ର ୧୫୦ କୋଟି ଟଙ୍କା ଭାରତୀୟ ମାର୍କେଟରୁ ଆୟ କରିସାରିଛି । ଦକ୍ଷିଣ ଭାରତର ଷ୍ଟାର ନାଗାର୍ଜୁନ ଏବଂ ରାଜମୌଲିଙ୍କ ପ୍ରଶଂସା ଯୋଗୁ ଏହି ଫିଲ୍ମ ସାଉଥରେ ମଧ୍ୟ ଭଲ କଲେକ୍ସନ କରିଛି । ରଣବୀର କାପୁର, ଅମିତାଭ ବଚ୍ଚନ, ନାଗାର୍ଜୁନ ପରି ଅଭିନେତା ଏଥିରେ ଅଭିନୟ କରିଛନ୍ତି ।

Related Articles

Back to top button