୪୪ ବିଲିୟନ ଡଲାର ଚୁକ୍ତି ମାମଲାରେ କୋର୍ଟ ଗଲେ ଏଲନ ମସ୍କ

ନୂଆଦିଲ୍ଲୀ:  ଟ୍ୱିଟର ବିରୋଧରେ ଜୋର୍ ଧରିଲା ଏଲନ ମସ୍କଙ୍କ ନାୟିକ ଲଢେଇ । ଏଲନ ଶୁକ୍ରବାର ଟ୍ୱିଟର ବିରୋଧୀ ଲଢେଇକୁ ଜୋରଦାର କରିଛନ୍ତି । ସେ ପୂର୍ବରୁ ୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିବା ପ୍ରସଙ୍ଗରେ ସୋସିଆଲ ମିଡିଆ କମ୍ପାନୀ କୋର୍ଟ ଯାଇଥିଲେ । ଏବେ ମସ୍କ ମଧ୍ୟ କୋର୍ଟରେ ମାମଲା ଦାଖଲ କରିଛନ୍ତି । ସେ ଅତି ଗୋପନୀୟ ଭାବେ ମାମଲା ଦାଖଲ କରିଥିବା ରୟଟର ପକ୍ଷରୁ କୁହାଯାଇଛି ।

କୋର୍ଟରେ ମସ୍କ ୧୬୪ ପୃଷ୍ଠାର ଦସ୍ତାବିଜ ଦାଖଲ କରିଛନ୍ତି । ତେବେ ଏହା ସାର୍ବଜନୀନ ଭାବେ ଉପଲବ୍ଧ ହୋଇନାହିଁ । କିନ୍ତୁ ନିୟମ ଅନୁସାରେ ଦସ୍ତାବିଜର ସଂଶୋଧିତ ସଂସ୍କରଣ ଖୁବ୍ ଶୀଘ୍ର ସାର୍ବଜନୀନ କରାଯିବ । ଡେଲବେୟର କୋର୍ଟ ଅଫ୍ ଚାଂସରୀରରେ ମସ୍କ ମାମଲା ଦାଖଲ କରିଛନ୍ତି । କୋର୍ଟ ଅକ୍ଟୋବର ୧୭ରୁ ଶୁଣାଣି ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେବାର କିଛି ଘଣ୍ଟା ମଧ୍ୟରେ ମସ୍କ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମସ୍କ ଚୁକ୍ତିକୁ ଭାଙ୍ଗିପାରିବେ ନା ନାହିଁ ସେନେଇ କୋର୍ଟରେ ବିଚାର କରାଯିବ । ଏହି ଘଟଣା ଉପରେ ଟ୍ୱିଟର ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।

ବିଶ୍ୱର ସବୁଠୁ ଧନି ବ୍ୟକ୍ତି ଏଲନ ମସ୍କ କହିଥିଲେ ଯେ, ସେ ଟ୍ୱିଟର ଅଧିଗ୍ରହଣ ସ୍ଥଗିତ ରଖୁଛନ୍ତି । ସେ ଟ୍ୱିଟର ଉପରେ ଫେକ୍ ଆକାଉଣ୍ଟ ସଂଖ୍ୟାକୁ ଭୁଲ୍ ଭାବେ ଦର୍ଶା ଯାଇଥିବା ଅଭିଯୋଗ ଆଣିଥିଲେ । ଏହାର କିଛି ଦିନ ପରେ ଟ୍ୱିଟର କେସ୍ କରିଥିଲା । ଫେକ୍ ଆକାଉଣ୍ଟକୁ ନେଇ ମସ୍କଙ୍କ ଅଭିଯୋଗର ମଧ୍ୟ କମ୍ପାନୀ ଜବାବ ରଖିଥିଲା ।

ସୋସିଆଲ ମିଡିଆ ପ୍ଲାଟଫର୍ମ କହିଥିଲା ଯେ, ମସ୍କ ସେୟାର ପିଛା ୫୪.୨୦ ଡଲାର ପ୍ରଦାନ କରିବାକୁ ବାଧ୍ୟ । ଶୁକ୍ରବାର କମ୍ପାନୀର ସେୟାର ୪୧.୬୧ ଡଲାରରେ ବନ୍ଦ ହୋଇଥିଲା । ଏହା ମସ୍କଙ୍କ ଦ୍ୱାରା ଚୁକ୍ତି ବାତିଲ ପରେ ସର୍ବାଧିକ ସ୍ତର ଅଟେ ।

ଟ୍ୱିଟର କମ୍ପାନୀର ସେୟାର ମୂଲ୍ୟ ହ୍ରାସ ଓ ଅରାଜକତା ସୃଷ୍ଟି କରିବା ନେଇ ମସ୍କଙ୍କୁ ଦୋଷ ଦେଇଥିଲା । ଏହାଦ୍ୱାରା କମ୍ପାନୀର କାରବାର ପ୍ରଭାବିତ ହୋଇଥିବା ମଧ୍ୟ ଅଭିଯୋଗ କରିଥିଲା । ଏବେ ଉଭୟ ପକ୍ଷ ଅକ୍ଟୋବର ୧୭ରୁ ମାମଲା ଚାଲିବା ନେଇ ସହମତି ପ୍ରକାଶ କରିଥିଲେ ।

ଏତତ୍ ବ୍ୟତୀତ ମସ୍କ ଟ୍ୱିଟ ବିରୋଧରେ ଗୋଡ ଟାଣିବା ଅଭିଯୋଗ ଲଗାଇଥିଲେ । ଟ୍ୱିଟର ମଧ୍ୟ ମସ୍କ ଅନେକ ଡାଟା ମାଗୁଥିବା କହିଥିଲା । ତେବେ ଏହି ଘଟଣା ମୁଖ୍ୟ ପ୍ରସଙ୍ଗ ସହ ଜଡିତ ନୁହେଁ ଓ ଏହା ଅପ୍ରାସଙ୍ଗିକ ବୋଲି ମସ୍କ କହିଥିଲେ ।

Related Articles

Back to top button