ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଦ୍ବିତୀୟ ସ୍ଵର୍ଣ୍ଣ, ଭାରୋତ୍ତୋଳନରେ ଜେରମି ଲାଲରିନ୍ନୁଙ୍ଗା ଜିତିଲେ ସ୍ଵର୍ଣ୍ଣ ପଦକ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପୁଣି ଏକ ସଫଳତା ମିଳିଛି। ଭାରୋତ୍ତୋଳନରେ ୬୭ କିଲୋ ବର୍ଗରେ ମିଜୋରାମର ୧୯ ବର୍ଷୀୟ ଜେରମି ଲାଲରିନ୍ନୁଙ୍ଗା ଏହି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏଥିସହିତ ଭାରତ ପଞ୍ଚମ ପଦକ ହାସଲ କରିଛି।

ପ୍ରଥମ ସ୍ନାଚରେ ଜେରମି ୧୩୬ ଓ ଦ୍ୱିତୀୟରେ ୧୪୦ କିଲୋ ଇଠାଇଛନ୍ତି। ମୋଟ୍‌ ୩୦୦ କିଲୋ ଉଠାଇ ସେ ଏହି ସଫଳତା ପାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରୋତ୍ତୋଳନରେ ଭାରତକୁ ୨ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ମଳିଛି। ଗତକାଲି ମିରବାଇ ଚାନୁ ଭାରୋତ୍ତୋଳନର ୪୯ କେଜି ବର୍ଗରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

Related Articles

Back to top button