ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଉତ୍ତେଜନା, ମାର୍କେଟ ବିଲଡିଂ ବନ୍ଦ

ଭୁବନେଶ୍ବର: ମାର୍କେଟ ବିଲଡିଂର ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଉତ୍ତେଜନା ​ପ୍ରକାଶ ପାଇବା ପରେ ଭୁବନେଶ୍ବର ମାର୍କେଟ ବିଲଡିଂ ବନ୍ଦ ହୋଇଯାଇଛି। ଆଜି ଭୁବନେଶ୍ବର ମାର୍କେଟ ବିଲଡିଂ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘର ଘୋଷଣା କରିଛି। ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି। ଯେତେଦିନ ପର୍ଯ୍ୟନ୍ତ ଜବରଦଖଲକାରୀ ବ୍ୟବସାୟୀଙ୍କୁ ଉଚ୍ଛେଦ କରାନଯାଇଛି ଏବଂ ବିଏମସି ନିୟମିତ ଭାବେ ମାର୍କେଟ ବିଲଡିଂ ତଦାରଖ ପାଇଁ ପ୍ରତିଶ୍ରୁତି ନ ଦେଇଛି ସେତେଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ହଟାଇ କିଛିଦିନ ତଳେ ଅସ୍ଥାୟୀ ଦୋକାନୀଙ୍କୁ ଉଠାଇଥିଲା ଭୁବନେଶ୍ବର ମହାନଗର ନିଗମ। ଆଜି ଅସ୍ଥାୟୀ ବ୍ୟବସାୟୀ ପୁଣି ମାର୍କେଟ ବିଲଡିଂରେ ବସିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅସ୍ଥାୟୀ ଦୋକାନୀଙ୍କୁ ସମ୍ପୂର୍ଣ୍ଣ ହଟାଇବା ଲାଗି ବ୍ୟବସାୟୀ ସଂଘ ଦାବି କରିଛି। ଅସ୍ଥାୟୀ ଦୋକାନୀଙ୍କୁ ନ ହଟାଇବା ପର୍ଯ୍ୟନ୍ତ ମାର୍କେଟ ବିଲଡିଂ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଛି।

ଲଗାତର ଏଠାରେ ଅସ୍ଥାୟୀ ଉଠାଦୋକାନୀ ପସରା ମେଲାଇ ବସୁଥିବାରୁ ସ୍ଥାୟୀ ଦୋକାନୀମାନେ ବିରୋଧ କରି ଆସୁଥିଲେ। ଗତ ରବିବାର ଅସ୍ଥାୟୀ ଉଠାଦୋକାନୀଙ୍କୁ ଭୁବନେଶ୍ବର ମହାନଗର ନିଗମ(ବିିଏମସି) ମାର୍କେଟ ବିଲଡିଂ ପରିସରରୁ ହଟାଇଥିଲା। ଆଜି ପୁଣି ଥରେ ଅସ୍ଥାୟୀ ଦୋକାନୀ ସେମାନଙ୍କ ପସରା ମେଲାଇ ବସିଥିଲେ। ଏହାକୁ କେନ୍ଦ୍ର କରି ସ୍ଥାୟୀ ଓ ଅସ୍ଥାୟୀ ଦେକାନୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥାଯାଇଥିଲା। କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣାଧିନକୁ ଆସିଥିଲା।

Related Articles

Back to top button