ଜୁଲାଇ ୧ରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମରେ ରିଲିଜ୍‌ ହେବ

ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ବଡ଼ ପରଦାରେ ରିଲିଜ ହେବା ପରେ ଏବେ ଖୁବ୍‌ଶୀଘ୍ର ଏହା ଓଟିଟିରେ ରିଲିଜ ହେବାକୁ ଯାଉଛି। ଜୁଲାଇ ୧ରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍‌ ହେବ ‘ସମ୍ରାଟ ପୃଥ୍ବୀରାଜ’। ଏନେଇ ମଙ୍ଗଳବାର ଆମାଜନ ନିଜ ଇନ୍‌ଷ୍ଟ୍ରାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛି। ଜୁନ ୩ରେ ବଡ଼ ପରଦାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ବକ୍ସ ଅଫିସ୍‌ରେ ଏତେଟା ଭଲ ପ୍ରଦର୍ଶନ କରିପାରିନାହିଁ। ତେବେ ଜୁଲାଇ ୧ରେ ଓଟିଟି ପ୍ଲାଟଫର୍ମ ରିଲିଜ୍‌ ହେବା ପରେ କିଭଳି ପ୍ରଦର୍ଶନ କରୁଛି ତାହା ଦେଖିବାକୁ ବାକି ରହିଲା। ସୂଚନାଯୋଗ୍ୟ, ଏହାପୂର୍ବରୁ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିବା ନୂତନ ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କୁ ବହୁ ସମୟ ଅପେକ୍ଷା କରିବାକୁ ପଡୁଥିଲା। କିନ୍ତୁ ଏବେ ଦର୍ଶକଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ନାହିଁ।

Related Articles

Back to top button