ପଟିଆଲା ଜେଲ୍‌ରେ ଗୋଟିଏ ବାରାକରେ ସିଦ୍ଧୁ ଏବଂ ମେହନ୍ଦୀ

ଜଣଙ୍କୁ ମିଳିଛି କ୍ଲର୍କ ତ ଆଉ ଜଣଙ୍କୁ ମିଳିଛି ମୁନସୀ କାମ

ଚଣ୍ଡିଗଡ: ସଂପ୍ରତି ଚର୍ଚ୍ଚାରେ ପଟିଆଲା ଜେଲ୍। କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଏବଂ ପଞ୍ଜାବର ପ୍ରସିଦ୍ଧ ଗାୟକ ଦଲେର ମେହନ୍ଦୀଙ୍କୁ ପାଟିଆଲା ସେଣ୍ଟ୍ରାଲ ଜେଲରେ ସଜା ଭୋଗୁଛନ୍ତି। ଉଭୟଙ୍କୁ ଗୋଟିଏ ବାରାକରେ ରଖାଯାଇଛି। ଉଭୟଙ୍କୁ ଜେଲ୍ କର୍ତ୍ତୃପକ୍ଷ କାମ ମଧ୍ୟ ଦେଇଛନ୍ତି। ଜେଲରେ ସିଦ୍ଧୁଙ୍କୁ କିରାଣୀ କାମ ମିଳିଥିବା ବେଳେ ଦଲେରଙ୍କୁ ମୁନସୀ କାମ ମିଳିଛି। ସିଦ୍ଧୁଙ୍କୁ ଗୋଟିଏ ବର୍ଷର ଏବଚ ଦଲେରଙ୍କୁ ଦୁଇ ବର୍ଷର ଜେଲ୍ ଦଣ୍ଡ ମିଳିଛି।

ପଟିଆଲା ଜିଲ୍ଲା ଅଦାଲତ ଗତ ଗୁରୁବାର ମେହନ୍ଦୀଙ୍କୁ ୨୦୦୩ର ମାନବ ଚାଲାଣ ମାମଲାରେ ଦୁଇ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କୁ ୨୦୧୮ରେ ଟ୍ରାଏଲ କୋର୍ଟ ୨ ବର୍ଷର ଜେଲ୍ ସଜା ଦେଇଥିଲେ। ଏହାକୁ ସେ ପଟିଆଲା ସେସନ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହେଲେ ଅଦାତଲ ସଜାକୁ କାଏମ ରଖି ଦଲେର ମେହନ୍ଦୀଙ୍କୁ ପଟିଆଲା ଜେଲ୍ ପଠାଇ ଦେଇଥିଲେ।

ମେହନ୍ଦୀଙ୍କୁ ବାରାକ ନମ୍ବର ୧୦ରେ ରଖାଯାଇଛି।  ଏଠାରେ ସିଦ୍ଧୁ ମଧ୍ୟ ସଜା କାଟୁଛନ୍ତି। ଏହାର ନିକଟ ବାରାକରେ ମଜିଠିଆ ସଜା କାଟୁଛନ୍ତି। ସିଦ୍ଧୁଙ୍କୁ ୧୯୮୮ ମସିହାରେ ପାର୍କିଂ ବିବାଦକୁ ନେଇ ଝଗଡାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ମାମଲାରେ ଗୋଟିଏ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସିଦ୍ଧୁଙ୍କୁ ପୂର୍ବେ ଏହି ମାମଲାରେ କେବଳ ଜରିମାନା ଲଗାଇ ଛାଡି ଦିଆଯାଇଥିଲା। ହେଲେ ପୀଡିତ ପରିବାର ଏହା ବିରୋଧରେ ପୁନର୍ବିଚାର ଯାଚିକା ଦାଖଲ କରିଥିଲେ। ଏହାର ଶୁଣାଣି କରି କୋର୍ଟ ସିଦ୍ଧୁଙ୍କୁ ଗୋଟିଏ ବର୍ଷ ସଜା ଦେଇଛନ୍ତି।

Related Articles

Back to top button