
କଙ୍ଗନାଙ୍କ ତେଜସ ଫିଲ୍ମର ରିଲିଜ ଡେଟ ଘୁଞ୍ଚିଲା
ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାୱତଙ୍କ ଆଗାମୀ ଫିଲ୍ମ ତେଜସର ରିଲିଜ ଡେଟ ଘୁଞ୍ଚିଲା। ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅକ୍ଟୋବର ବଦଳରେ ଏବେ ତେଜସ ଜାନୁୟାରୀ ୨୦୨୩ରେ ରିଲିଜ ହେବ ବୋଲି ସ୍ଥିର ହୋଇଛି। ଅବଶ୍ୟ ଏ ନେଇ ମେକର୍ସଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ତାରିଖ ଘୋଷଣା କରାଯାଇ ନାହିଁ। ଭିଏଫଏକ୍ସର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଏହାକୁ ଅକ୍ଟୋବରରେ ରିଲିଜ କରିବା ସମ୍ଭବପର ହେବ ନାହିଁ। ଡିସେମ୍ବର ୨୦୨୨ କିମ୍ବା ଜାନୁୟାରୀ ୨୦୨୩ରେ ଏହା ରିଲିଜ ହେବ। ସର୍ବେଶ ମେୱାଡା ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏହି ଫିଲ୍ମରେ ବାୟୁସେନାର ଏକ ସାହାସୀ ମହିଳା ପାଇଲଟଙ୍କ ଜୀବନୀ ଉପରେ ଆଧାରିତ।
ଉରି ଦି ସର୍ଜିକାଲ ଷ୍ଟ୍ରାଇକ ପରେ ଭାରତୀୟ ସେନାର ଶୌର୍ଯ୍ୟ ଦର୍ଶାଉଥିବା ଏହା ଆଉ ଏକ ଫିଲ୍ମ ହେବ। ଏହି ଫିଲ୍ମର ସଫଳତା ନେଇ କଙ୍ଗନା ବେଶ ଆଶାୟୀ ଅଛନ୍ତି। କଙ୍ଗନାଙ୍କ ଧାକଡ ଫିଲ୍ମ ବକ୍ସ ଅଫିସରେ ଧରାଶୟୀ ହେବା ପରେ ସେ ଏହା ଉପରେ ସମସ୍ତ ଆଶା ରଖିଛନ୍ତି। ବଲିଉଡରେ କ୍ରମାଗତ ଭାବେ ଫିଲ୍ମ ଫ୍ଲପ ହେଉଥିବାରୁ ମେକର୍ସମାନେ ଭାବିଚିନ୍ତି ପଦକ୍ଷେପ ନେଉଛନ୍ତି।