ଫିଲ୍ମ ‘ଲାଇଗର’ର ଟ୍ରେଲର ରିଲିଜ

ତେଲଗୁ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ବଲିଉଡରେ ଏଣ୍ଟ୍ରି କରିଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ ଧମାକାଦାର ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମରେ ବିଜୟ ଜଣେ ବକ୍ସର ଭୂମିକାରେ ନଜର ଆସିବେ। ଟ୍ରେଲରରେ ବିଜୟ ଜବରଦସ୍ତ ଆକ୍ସନ କରୁଥିବା ନଜର ଆସିଛନ୍ତି। ଏହାସହ ଅନନ୍ୟା ପାଣ୍ଡେ ଏବଂ ବିଜୟଙ୍କ ରୋମାନ୍ସ ମଧ୍ୟ ପ୍ରଦର୍ଶିତ ହୋଇଛି। କରଣ ଜୋହର ଫିଲ୍ମର ନୂଆ ପୋଷ୍ଟର ସହିତ ସୋସିଆଲ ମିଡିଆରେ ଟ୍ରେଲର ଶେୟାର କରିଛନ୍ତି। ପ୍ରଶଂସକମାନେ ‘ଲାଇଗର’ର ଟ୍ରେଲରକୁ ବହୁତ ପସନ୍ଦ କରୁଛନ୍ତି।

କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ହାଉସ ଅଧୀନରେ ନିର୍ମିତ ଏହି ଫିଲ୍ମରେ ଅନନ୍ୟା ପାଣ୍ଡେ ବିଜୟଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ‘ଲାଇଗର’କୁ ପୁରୀ ଜଗନ୍ନାଥ ନିର୍ଦ୍ଦେଶନା ଦେଇଛନ୍ତି। ବିଜୟ ଦେବରାକୋଣ୍ଡା ‘ଲାଇଗର’ ଜରିଆରେ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି। ଏହି ଫିଲ୍ମ ଅଗଷ୍ଟ ୨୫ରେ ପ୍ରେକ୍ଷାଳରେରେ ମୁକ୍ତିଲାଭ କରିବ।

Related Articles

Back to top button