ନୱାଜୁଦ୍ଦିନ ସିଦ୍ଦିକିଙ୍କ ସ୍ତ୍ରୀ ଆଲିଆଙ୍କ ନାଁରେ ୩୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ବଲିଉଡର ପ୍ରସିଦ୍ଧ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ସ୍ତ୍ରୀ ଆଲିଆଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ସେ ପ୍ରାୟ ୩୧ ଲକ୍ଷ ଟଙ୍କା ଠକିନେଇଥିବା କୁହାଯାଉଛି। ଆଲିଆଙ୍କ ପ୍ରଡକସନ୍‌ ଭେଞ୍ଚର ‘ହୋଲି କାଓ’ର କ୍ରିଏଟିଭ ହେଡ ତଥା ସହ-ପ୍ରଯୋଜିକା ମଞ୍ଜୁ ଗରୱାଲ ଆଲିଆଙ୍କ ନାଁରେ ୩୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆଣିଛନ୍ତି। ଏହି ଅର୍ଥ ମଞ୍ଜୁ ଫିଲ୍ମରେ ବିନିଯୋଗ କରିଥିଲେ। ଆଲିଆ ଟଙ୍କା ଫେରସ୍ତ ନ କରିବାରୁ ଜୁନ ୨୦ରେ ଆଲିଆ ପୋଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ।
ମଞ୍ଜୁ ଆଲିଆଙ୍କ ନାଁରେ କେବଳ ଠକେଇ ନୁହେଁ, ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ମଞ୍ଜୁ ଗୱାଲ କହିଛନ୍ତି, ଆଲିଆ ଏବଂ ମୁଁ ପ୍ରଯୋଜନା ସଂସ୍ଥା ‘ହୋଲି କାଓ’ ଆରମ୍ଭ କରିଥିଲୁ। ସେ ମୋତେ କ୍ରିଏଟିଭ କାମ ସମ୍ଭାଳିବାକୁ କହି ନିଜେ ଆର୍ଥିକ କାରବାର କଥା ସମ୍ଭାଳିଥିଲେ। ଆଲିଆ କହିବାରୁ ମୋ ବାପା ମଧ୍ୟ ଏହି ପ୍ରଯୋଜନା ସଂସ୍ଥାରେ ଟଙ୍କା ବିନିଯୋଗ କରିଥିଲେ। ସେ ଗୋଟିଏ ମାସ ମଧ୍ୟରେ ଟଙ୍କା ଫେରସ୍ତ କରିବେ ବୋଲି କହି ଏପର୍ଯ୍ୟନ୍ତ ଟଙ୍କା ଫେରସ୍ତ କରିନାହାଁନ୍ତି।

Related Articles

Back to top button