ଆସନ୍ତାକାଲି ଅପରାହ୍ନରୁ ଆଉ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଭକ୍ତ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରି ସରି ଆସୁଛି। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ ଏବଂ ତା’ ପରଦିନ ବାହୁଡ଼ାଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ସନ୍ଧ୍ୟାରେ ନ ହୋଇ ଅପରାହ୍ନ ୪ଟା ସୁଦ୍ଧା ଶେଷ ହେବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ତେଣୁ ଅପରାହ୍ନରୁ ଆଉ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ। ପ୍ରଶାସନର ଏହି ଘୋଷଣା ପରେ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ସନ୍ଧ୍ୟା ଦର୍ଶନ ସନ୍ଧ୍ୟାରେ ହିଁ କରାଯାଏ। ଅପରାହ୍ନରେ ବନ୍ଦ ହେଲେ ହଜାର ହଜାର ଭକ୍ତ ଦର୍ଶନରୁ ବଞ୍ଚିତ ହେବେ ବୋଲି ସେବାୟତମାନେ କହିଛନ୍ତି। ଏ ସମ୍ପର୍କରେ ପୁନଃ ଆଲୋଚନା କରିବା ପାଇଁ ଜିଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

Related Articles

Back to top button