ବ୍ରିଟିଶ ସଂଗ୍ରହାଳୟକୁ ଅପରାଧିକ ସ୍ଥାନ ଘୋଷଣା କରାଯିବା ଉଚିତ୍: ରବିନା ଟଣ୍ଡନ

ମୁମ୍ବାଇ: ବ୍ରିଟେନର ରାଣୀ ଏଲିଜାବେଥ-ଦ୍ଵିତୀୟଙ୍କ ମୃତ୍ୟୁ ପରେ କୋହିନୁର ହୀରାକୁ ନେଇ ଚାଲିଛି ଚର୍ଚ୍ଚା। କୋହିନୁର ହୀରା ଭାରତକୁ ଫେରାଇ ଆଣିବାକୁ ଅନେକ ଭାରତୀୟ ଦାବି କରିଛନ୍ତି। ବର୍ତ୍ତମାନ ଏଥିରେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ନାମ ମଧ୍ୟ ଯୋଡି ହୋଇଛି। ସୋମବାର ରବିନା ଟଣ୍ଡନ ଏକ ଶୋ’ ଉପସ୍ଥାପକ ଜନ୍ ଅଲିଭରଙ୍କ ଶୋ’ର ପୁରୁଣା ଫୁଟେଜ୍ ସେୟାର କରିଛନ୍ତି। ଏହି ଭିଡିଓରେ ଜନ୍ ଅଲିଭର କହିଛନ୍ତି ଯେ ବ୍ରିଟେନକୁ ଭିନ୍ନ ଭିନ୍ନ ଦେଶରୁ କଳାକୃତି ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଚୋରି କରି ନିଜର ବୋଲି ଦାବି କରିଛି।

ରବିନା ଟଣ୍ଡନ୍ ଜନ୍ ଅଲିଭରଙ୍କ ଭିଡିଓ ନିଜ ଟ୍ୱିଟରରେ ପୋଷ୍ଟ କରି ଲେଖିଛନ୍ତି, ‘ସେ କହିଥିବା ବାକ୍ୟଟି ଏକଦମ ଠିକ୍। ସମଗ୍ର ବ୍ରିଟିଶ ସଂଗ୍ରହାଳୟକୁ ଏକ ସକ୍ରିୟ ଅପରାଧ ସ୍ଥାନ ଘୋଷିତ କରାଯିବା ଉଚିତ୍!’

ରବିନା ସେୟାର କରିଥିବା ଭିଡିଓରେ ଜନ୍ ଅଲିଭର କହୁଛନ୍ତି ଯେ ବ୍ରିଟିଶମାନେ କିପରି କୋହିନୁର ହୀରା ଭାରତରୁ ଛଡ଼ାଇ ନେଇଛନ୍ତି। ଜନ୍ ବ୍ରିଟେନକୁ ଅଭିଯୋଗ କରି କହିଛନ୍ତି ଯେ କେବଳ ଭାରତ ନୁହେଁ, ଏପରି ବହୁ ଦେଶରୁ ମୂଲ୍ୟବାନ ସାମଗ୍ରୀ ଚୋରି କରି ବ୍ରିଟେନ ନିଜର ସଂଗ୍ରହାଳୟରେ ରଖିଛି।

କୋହିନୁର ହୀରା ଭାରତକୁ ଫେରାଇ ଦେବା କଥା କହିବାରୁ ବ୍ରିଟେନ ସରକାର ମନା କରିଥିବା ସହ ଜନ୍ ଅଲିଭଙ୍କୁ ପରିହାସ କରିଥିଲେ। ସେ ଜଣେ ବ୍ରିଟିଶ ସରକାରୀ ଅଧିକାରୀଙ୍କ କ୍ଲିପ୍ ଦେଖାଇଲେ। ଏହି କ୍ଲିପରେ ସେ କହିଥିଲେ ଯେ ‘ମୁଁ ବୁଝିପାରୁଛି ତୁମେ ହୀରା ଚାହୁଁଛ। କିନ୍ତୁ କଥା ହେଉଛି ହୀରା ଆମ ପାଖେ ଅଛି, ଆପଣ ନୁହେଁ ଆମେ ଏହାକୁ ସବୁଦିନ ପାଇଁ ରଖିବୁ।’

ଏହାପୂର୍ବରୁ 2015 ରେ ଜନ୍ ଅଲିଭର ନିଜ ଶୋ ‘ଲାଷ୍ଟ ୱିକ ଟୁନାଇଟ’ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରିଟେନ ଗସ୍ତ ଉପରେ କାର୍ଯ୍ୟକ୍ରମ କରିଥିଲେ। ସେହି ଶୋ’ରେ ଜନ୍ ଅଲିଭର କହିଥିଲେ ଯେ କୋହିନୁର ହୀରାକୁ ଭାରତରୁ ହଟାଇ ଦିଆଯାଇଛି ଏବଂ ବର୍ତ୍ତମାନ ଅନ୍ୟ ଦେଶରେ ଏହାର ସୌନ୍ଦର୍ଯ୍ୟ ଦେଖିବାକୁ ମିଳୁଛି।

Related Articles

Back to top button