ଦୀର୍ଘଟଣାରେ ପ୍ରାଣ ହରାଇଲେ ଲୋକପ୍ରିୟ ବଙ୍ଗାଳି ଅଭିନେତ୍ରୀ ସୁଚନ୍ଦ୍ରା ଦାସଗୁପ୍ତା

ନୂଆଦିଲ୍ଲୀ: ଲୋକପ୍ରିୟ ବଙ୍ଗାଳି ଅଭିନେତ୍ରୀ ସୁଚନ୍ଦ୍ରା ଦାସଗୁପ୍ତାଙ୍କ ଆଉ ନାହାନ୍ତି । ଏକ ସଡ଼କ ଦୁର୍ଘଟଣାରେ ସୁଚନ୍ଦ୍ରାଙ୍କର ମୃତ୍ୟୁ ଘଟିଛି । ଅଭିନେତ୍ରୀଙ୍କର ଅଚାନକ ମୃତ୍ୟୁ ଖବର ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ନିରାଶା ଭରିଦେଇଥିବା ତାଙ୍କର ପରିବାରରେ ଶୋକର ଲହରୀ ଖେଳିଯାଇଛି ।

ସୂଚନା ମୁତାବକ, ସୁଚନ୍ଦ୍ରା ଗତକାଲି ରାତିରେ ଶୁଟିଂ ସାର ଘେରକୁ ଫେରୁଥିଲେ । ସେଥିପାଇଁ ସେ ଆପ ମାଧ୍ୟମରେ ଏକ ବାଇକ୍ ବୁକ୍ କରିôଥଲେ । ତେବେ ବାଇକରେ ଆସୁଥିବା ସମୟରେ ଘୋଷପାରା ଅଞ୍ଚଳରେ ଏକ ଲରି ବାଇକକୁ ପଛପଟୁ ଧକ୍କା ଦେଇଥିଲା । ୧୦ ଚକିଆ ଲରି ଧକ୍କାରେ ସୁଚନ୍ଦ୍ରାଙ୍କର ହେଲମେଟ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା । ଫଳରେ ଏହି ଦୁର୍ଘଟଣା ଘଟି ଅଭିନେତ୍ରୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଅଭିନେତ୍ରୀଙ୍କର ଅଚାନକ ବିୟୋଗରେ ବଙ୍ଗାଳି ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।

ମାତ୍ର ୨୯ ବର୍ଷରେ ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ତାଙ୍କର ସିନେ କଳାକାର ବନ୍ଧୁମାନେ ମର୍ମାହତ ହୋଇ ପଡ଼ିଛନ୍ତି । ଅଳ୍ପ ବୟସରେ ଝିଅକୁ ହରାଇ ତାଙ୍କର ପିତାମାତା ଶୋକର ସାଗରେ ବୁଡ଼ି ରହିଛନ୍ତି । ତେବେ ଖବର ପାଇ ଘଟଣାସ୍ଥଳରେ ବାରାନଗର ପୋଲିସ ପହଞ୍ଚିଥିଲା । ଏହାପରେ ପୋଲିସ ଟ୍ରକକୁ ଜବତ କରିବା ସହିତ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରିଥିଲା । ସୂଚନ୍ଦ୍ରା ପ୍ରସିଦ୍ଧ ବଙ୍ଗାଳି ଟିଭି ସିରିୟଲ ‘ଗୋରୀ ଲୋ’ରେ ଅଭିନୟ କରି ଦର୍ଶକଙ୍କ ମହଲରେ ବେଶ ପରିଚିତ ହୋଇଥିଲେ ।

Related Articles

Back to top button