ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରପଡିଲେ କିରାଣୀ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର କିରାଣି । ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୋଲକ ବିହାରୀ ପୋଢ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ, ସେ ଏରିଅର୍ ବିଲ୍ କରାଇ ଦେବାକୁ ନେଇ ଲାଞ୍ଚ ନେଉଥିଲେ । ସେହି ସମୟରେ ହଠାତ ଭିଜିଲାନ୍ସ ଆସି ଗୋଲକ ବିହାରୀ ପୋଢଙ୍କୁ ଗିରଫ କରିଛି । ଅଫିସରେ ଲାଞ୍ଚ ନେଉଥିବା ବେଳେ ସୁବର୍ଣ୍ଣପୁର ଭିଜିଲାନ୍ସ ଧରାପକାଇଛନ୍ତି ।

କିଛିଦିନ ତଳେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁଙ୍କ ଘର ଅଫିସରେ ଭିଜିଲାନ୍ସ ଟିମ୍ ରେଡ ପକାଇଥିଲେ । ତାଙ୍କ ପାଖରେ ଆୟ ଠାରୁ ଅଧିକ ସଂପତ୍ତି ଥିବା ନେଇ ଭିଜିଲାନ୍ସକୁ ଖବର ହୋଇଥିଲା । ସେଥିପାଇଁ ମେ’ ୧୭ ତାରିଖରେ ସଞ୍ଜୟଙ୍କ ଘର ଅଫିସ ସମେତ ୭ଟି ସ୍ଥାନରେ ଚଢାଉ ଚାଲିଥିଲା ।

Related Articles

Back to top button