ଆଜି ଯୁକ୍ତ୨ରେ ନାମଲେଖା ଲାଗି ସ୍ପଟ୍‌ ମେଧା ତାଲିକା

ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଯୁକ୍ତ୨ରେ ନାମଲେଖା ଲାଗି ଗୁରୁବାର ଅପରାହ୍ନ ୨ଟାରେ ସ୍ପଟ୍‌ ମେଧା ତାଲିକା ପ୍ରକାଶ ପାଇବ। ଏହି ତାଲିକାରେ ବଳକା ସିଟ୍‌ର ୧୦ଗୁଣ ରହିବ। ଏଥିରେ ମନୋନୀତ ଛାତ୍ରୀଛାତ୍ର ୧୫ ତାରିଖ ମଧ୍ୟାହ୍ନ ୩ଟାରୁ ୧୬ତାରିଖ ଅପରାହ୍ନ ୫ଟା ମଧ୍ୟରେ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ସ୍କୁଲରେ ନାମ ପଞ୍ଜୀକରଣ କରିବେ। ୧୭ ତାରିଖ ପୂର୍ବାହ୍ନ ୧୧ଟାରେ ସ୍ପଟ୍‌ ନାମଲେଖା ପାଇଁ ଚୂଡ଼ାନ୍ତ ମେଧା ତାଲିକା ଉକ୍ତ ସ୍କୁଲରେ ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରୀଛାତ୍ର ୧୭ ତାରିଖ ଅପରାହ୍ନ ୧୨ଟାରୁ ୨୦ ତାରିଖ ଅପରାହ୍ନ ୪ଟା ଭିତରେ ନାମ ଲେଖାଇବେ।

Related Articles

Back to top button