ଫ୍ଲପ୍ ହେଲା ଶମଶେରା: ୧୫୦ କୋଟିରେ ନିର୍ମିତ ଫିଲ୍ମ ପାଇଁ ୫୦ କୋଟି ଟଙ୍କା ଆୟ କରିବା ମୁସ୍କିଲ

ବହୁତ କମ ଆୟ ସହିତ ଶମଶେରା ୨୦୨୨ର ସବୁଠୁ ବଡ ଫ୍ଲପ୍ ଫିଲ୍ମ ସୂଚୀରେ ସାମିଲ୍ ହୋଇ ଯାଇଛି

ନୂଆଦିଲ୍ଲୀ: ବଲିଉଡର ସାଓ୍ଵଁରିଆ ରଣବୀର କପୁର ପରଦାରେ ଶମଶେରା ପାଲଟିଲେ। ହେଲେ ବକ୍ସ ଅଫିସରେ ହୋଇ ପାରିଲେ ନାହିଁ ପ୍ରକୃତ ଶମଶେରା। ୪ ବର୍ଷ ପରେ ରଣବୀର ପରଦାକୁ ଫେରିଛନ୍ତି। ୨୦୧୮ରେ ତାଙ୍କ ଅଭିନୀତ ଫିଲ୍ମ ସଞ୍ଜୁ ବକ୍ସ ଅଫିସରେ ସୁପର ହିଟ୍ ହେବା ସହ କୋଟି କୋଟି ଟଙ୍କା ଆୟକରି ରେକର୍ଡ ଭାଙ୍ଗିଥିଲା। ଶମଶେରା ଫିଲ୍ମରୁ ମଧ୍ୟ ସେହି ଆଶା ରହିଥିଲା। ହେଲେ ଅବଶୋଷର କଥା ୧୫୦ କୋଟି ବଜେଟ୍‌ରେ ନିର୍ମିତ ଶମଶେରା ପାଇଁ ୫୦ କୋଟି ଟଙ୍କା ଆୟ କରିବା ମୁସ୍କିଲ। ୪ଦିନରେ ଫିଲ୍ମଟି ମାତ୍ର ୩୪ କୋଟି ଟଙ୍କା ଆୟ କରି ପାରିଛି।

କାହିଁକି ଫ୍ଲପ୍ ହେଲା ଶମଶେରା ?

ଶମଶେରାକୁ ମିଳିଥିବା ନକରାତ୍ମକ ରିଭ୍ୟୁ ପରେ YRF ବ୍ୟାନରର ରାତାରାତି ନିଦ ଉଡି ଯାଇଥିଲା। ୟଶରାଜ ବ୍ୟାନରର ଏହା କ୍ରମାଗତ ଚତୁର୍ଥ ଫ୍ଲପ୍ ଫିଲ୍ମ। ବ୍ୟାନରକୁ ସବୁଠୁ ବଡ କ୍ଷତି ହେଲା ସିନେମାଘର ପର୍ଯ୍ୟନ୍ତ ଦର୍ଶକ ଆସୁନାହାନ୍ତି। ବହୁତ କମ ଆୟ ସହିତ ଶମଶେରା ୨୦୨୨ର ସବୁଠୁ ବଡ ଫ୍ଲପ୍ ଫିଲ୍ମ ସୂଚୀରେ ସାମିଲ୍ ହୋଇ ଯାଇଛି। ପ୍ରଶ୍ନ ଉଠୁଛି ବ୍ୟାପକ ପ୍ରମୋଶନ, ଜବରଦସ୍ତ ଟ୍ରେଣ୍ଡ, ଏ ଲିଷ୍ଟର୍ସ କାଷ୍ଟିଂ, ଚମତ୍କାର ଅଭିନୟ ସତ୍ଵେ ବି ଫିଲ୍ମ କେଉଁଠି ଫେଲ୍ ମାରିଲା ? ନିର୍ମାତା କେଉଁଠି ଭୁଲ୍ କଲେ ଯେ, ଶମଶେରା ବକ୍ସ ଅଫିସରେ ଧରାଶାୟୀ ହେଲା ?

ଶମଶେରା ଫିଲ୍ମର ଟାଇଟଲ୍‌ରେ ଯେଉଁ ଦମ୍ ରହିଛି ତାହା ଫିଲ୍ମରେ ଦେଖିବାକୁ ମିଳିନାହିଁ। ଟ୍ରେଡ୍ ଆନାଲିଷ୍ଟ ଅମୋଦ ମେହରାଙ୍କ ମୁତାବକ, ଫିଲ୍ମରେ ଡକାୟତି ଦୃଶ୍ୟ ଦେଖାଇବା ଏବେ ବହୁତ ପୁରାତନ ହୋଇ ସାରିଛି। ୮୦-୯୦ ଦଶନ୍ଧିରେ ଏମିତି ଡକାୟତିର କ୍ରେଜ୍ ଥିଲା। ମାତ୍ର ଏବେ ଦର୍ଶକ କିଛି ନୂତନତ୍ଵ ଦେଖିବାକୁ ଚାହାନ୍ତି। ପୁରୁଣା ଫର୍ମୁଲାରେ ଫିଲ୍ମ ଚଲାଇବାର ଏହି ପ୍ରୟୋଗ ଏବେ ଶମଶେରାକୁ ଧରାଶାୟୀ କରି ଦେଇଛି। ପ୍ରଯୋଜକ ଫିଲ୍ମର ପ୍ରମୋଶନ କରିବା ପରିବର୍ତ୍ତେ ରଣବୀର କପୁରଙ୍କୁ ଅଧିକ ଗୁରୁତ୍ଵ ଦେଲେ। ଶମଶେରା ଚଳଚ୍ଚିତ୍ରକୁ ଅଧିକ ପ୍ରମୋଟ୍ ନକରି ରଣବୀରଙ୍କୁ ଅଧିକ ଲାଇମ୍ ଲାଇଟ୍‌ରେ ରଖାଗଲା।

ରିଭ୍ୟୁ ଆଧାରରେ ହିଁ ଦର୍ଶକ ଫିଲ୍ମଟି ଭଲ କି ନାହିଁ ତାହା ଉପରେ ପ୍ରତିକ୍ରିୟା ରଖିଥାନ୍ତି। ଏହି ବିଭାଗରେ ଫିଲ୍ମ ଫ୍ଲପ୍ ହୋଇଛି। ଚଳଚ୍ଚିତ୍ରକୁ ନେଗେଟିଭ୍ ରିଭ୍ୟୁ ମିଳିଛି। ଫଳରେ ଦର୍ଶକ ସିନେମା  ହଲ୍ ଯାଇ ଫିଲ୍ମକୁ ଦେଖିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ଏହି ସପ୍ତାହରେ ହିଁ ଫିଲ୍ମଟି ସିନେମା ହଲ୍‌ରୁ ଗାଏବ ହେବାର ଆଶଙ୍କା ରହିଛି।

ଦୁଃଖର କଥା ଶମଶେରାରେ ରଣବୀର କପୁର ଚମତ୍କାର ଅଭିନୟ କରିଛନ୍ତି। ସଞ୍ଜୁ ବାବା ମଧ୍ୟ କୌଣସି ଗୁଣରେ କମ୍ ନଥିଲେ। ମାତ୍ର ଦୁଇ ତାରକାଙ୍କ ଷ୍ଟାରଡମ ମଧ୍ୟ ଫିଲ୍ମକୁ ଡୁବିବାରୁ ବଞ୍ଚାଇ ପାରିଲେ ନାହିଁ। ଏବେ ପ୍ରଶଂସକ ଆଶା ରଖିଛନ୍ତି ଯେ, ରଣବୀର କପୁରଙ୍କ ବ୍ରହ୍ମାସ୍ତ୍ର ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁ।

Related Articles

Back to top button