୨୦୨୫ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ଭାରତ ଆୟୋଜନ କରିବ!

ମୁମ୍ବାଇ: ୨୦୨୫ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ଆୟୋଜନ କରିବା ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଂଟା ଭିଡିଛି । ଆୟୋଜନ ଅଧିକାର ପାଇଁ ଭାରତ ବିଡ ଦାଖଲ କରିବ । ବିସିସିଆଇ ଯଦି ଏଥିରେ ସଫଳ ହୁଏ ତାହାହେଲେ ପ୍ରାୟ ଏକ ଦଶନ୍ଧି ପରେ ଭାରତରେ ବିଶ୍ୱକପ ଆୟୋଜିତ ହେବ । ୨୦୧୩ରେ ଭାରତ ଶେଷ ଥର ଏହାକୁ ଆୟୋଜନ କରିଥିଲା । ଆଇସିସିର ପରବର୍ତୀ ବାର୍ଷିକ ବୈଠକ ବର୍ମିଂହାମରେ ଆୟୋଜିତ ହେବ । ଏହି ବୈଠକରେ ୪ଟି ବଡ ମହିଳା ଟୁର୍ଣ୍ଣାମେଂଟ ପାଇଁ ବିଡ ଦାଖଲ ପ୍ରକ୍ରିୟା ଆରମ୍ଭ କରାଯିବ । ବିସିସିଆଇ ଖୁବ ଶୀଘ୍ର ମହିଳା ଆଇପିଏଲ ଆରମ୍ଭ କରିବାକୁ ଯାଉଛି । ଏହା ବିଶ୍ୱକପ ବିଡ ହାତେଇବାରେ ସହାୟ ହେବ ବୋଲି ଆଶା କରାଯାଉଛି । ୧୯୭୩ରେ ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ ଆୟୋଜିତ ହୋଇଥିଲା । ଭାରତ ୧୯୭୮, ୧୯୯୭ ଓ ୨୦୧୩ରେ ଏହାକୁ ସଫଳତାର ସହ ଆୟୋଜନ କରିଛି ।

Related Articles

Back to top button