ନିଶ ରଖି ଚର୍ଚ୍ଚାରେ କେରଳର ମହିଳା

ଲୋକେ ହସିଲେ ବି ନିଶ କାଟୁ ନାହାନ୍ତି ସାୟଜା

ସାଧାରଣରତଃ ପୁଅ ମାନେ ନିଶ ରଖନ୍ତି। ହେଲେ ଏବେ ଜଣେ ମହିଳା ନିଶ ରଖି ଚର୍ଚ୍ଚାରେ। ଅଜବ ଲାଗିଲେ ବି କଥାଟି ସତ। ମହିଳାଜଣଙ୍କ ହେଲେ କେରଳର କାନ୍ନୁର ଜିଲାର ସାୟଜା। ବୟସ ତାଙ୍କୁ ୩୫ ବର୍ଷ। ନିଶକୁ ନେଇ ଲୋକମାନେ ତାଙ୍କର ମଜା ଉଡାଉଥିଲେ ହେଁ ସେ ତାକୁ ରଖିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏପରିକି ନିଶ ରଖିବା ତାଙ୍କୁ ପସନ୍ଦ ବୋଲି ଏକ ସାକ୍ଷାତକାରରେ ସେ କହିଛନ୍ତି।

ଅନେକ ମହିଳାଙ୍କ ଭଳି ଶାୟଜାଙ୍କ ମୁହଁରେ ବହୁତ ଚୁଟି ରହିଥିଲା। ସେ ନିୟମିତ ଭାବେ ଥ୍ରେଡିଂ କରାଉଥିଲେ। ହେଲେ ସେ ଓଠ ଉପର ଚୁଟିକୁ ବାହାର କରୁ ନ ଥିଲେ। ପାଞ୍ଚ ବର୍ଷ ପୂର୍ବେ ତାଙ୍କ ନିଶର କେଶ ମୋଟା ହୋଇଥିଲା। ପରେ ତାହା ଅଭ୍ୟାସରେ ପରିଣତ ହୋଇଥିଲା। ଏବେ ସେ ବିନା ନିଶରେ ନିଜକୁ କଳ୍ପନା କରୁନାହାନ୍ତି।

କେବଳ ଶାୟଜା ନୁହନ୍ତି ପରିବାର ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି। ତାଙ୍କ ମୁହଁରେ ନିଶ ଭଲ ଲାଗୁଛି ବୋଲି ଝିଅ ସବୁବେଳେ କହୁଛନ୍ତି। ହେଲେ ରାସ୍ତାରେ ଯିବାବେଳେ କେହି ଦେଖିଲେ ତାଙ୍କୁ ନିଶ କାଟିଦେବାକୁ କହିବା ସହ ମଜା ଉଡାଇଥାନ୍ତି। ମାତ୍ର ତାଙ୍କୁ ଫରକ ପଡ଼ୁ ନ ଥିବା ଜଣାପଡ଼ିଛି।

Related Articles

Back to top button