ଡାକ୍ତରଙ୍କୁ ମହଙ୍ଗା ପଡିଲା କୁକୁରକୁ ଦଉଡି ଲଗାଇ କାରରେ ଘୋଷାଡିବା, ଅଭିଯୁକ୍ତଙ୍କ ବିରୋଧରେ ମାମଲା

ଯୋଧପୁର: କୁକୁରକୁ କାରରେ ବାନ୍ଧି ଜଣେ ବ୍ୟକ୍ତି ଘୋଷାରି ନେଉଥିବାର ଭିଜୁଆଲ ଭାଇରାଲ ହେବା ପରେ ଏହାକୁ ନେଇ ନେଟିଜେନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରାଣୀ ସୁରକ୍ଷା ବାହିନୀ ଏନେଇ ଥାନାରେ ଏତଲା ଦେଇଛି ।

ଘଟଣାଟି ଯୋଧପୁର ବୋଲି ଜଣାଯାଇଛି । ନିଜକୁ ଡାକ୍ତର କହୁଥିବା ଏହି ବ୍ୟକ୍ତି କାରରେ କୁକୁରକୁ ଘୋଷାରି ଘୋଷାରି ନେଉଥିବା ପଥଚାରୀ ଦେଖିଥିଲେ ଏବଂ ଏହାର ଭିଡିଓ କରିଥିଲେ। ଅତି ନିର୍ମମ ଭାବେ ଡାକ୍ତରବାବୁ କୁକୁରକୁ କାରରେ ଘୋଷାରି ଘୋଷାରି ନେଉଥିଲେ। ସ୍ଥାନୀୟ ଲୋକେ କାରକୁ ଅଟକାଇଥିଲେ, ଏବଂ କୁକୁରକୁ ଉଦ୍ଧାର କରି ହସ୍ପିଟାଲ ପଠାିବାର ବ୍ୟବସ୍ଥା କରିଥିଲେ।

କୁକୁରଟି ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି। ଏହି ସମୟରେ ଡକ୍ଚର ରଜନୀଶ ଗାଲୁଆ ସଫେଇ ଦେଇଥିଲେ ଯେ ତାଙ୍କ ଘର ପାଖରେ ଥିବା ଏହି କୁକୁର ତାଙ୍କୁ କୁଆଡ଼େ ହଇରାଣ କରୁଥିଲା। ତେବେ ଡଗ ଫାଉଣ୍ଡେସନର ଅଭିଯୋଗ କ୍ରମେ ଡାକ୍ତର ଗାଲୁଆଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

Related Articles

Back to top button