ବର୍ଷକୁ ଗୋଟିଏ ଦିନ ଗଣେଶ ଚତୁର୍ଥୀରେ ହିଁ ଖୋଲିଥାଏ ଏହି ଗଣେଶ ମନ୍ଦିର

ଭୁବନେଶ୍ୱର:  ହିନ୍ଦୁ ପରମ୍ପରାରେ ଶ୍ରୀଗଣେଶଙ୍କୁ ସର୍ବପ୍ରଥମେ ପୂଜା କରିବାର ବିଧାନ ରହିଛି । ଶ୍ରୀଗଣେଶଙ୍କୁ ପ୍ରଥମ ପୂଜ୍ୟ ଦେବତା କୁହାଯାଏ ।ସେଥିପାଇଁ ପ୍ରତ୍ୟକ ଶୁଭ କାର୍ଯ୍ୟ ଆରମ୍ଭରେ ଶ୍ରୀଗଣେଶଙ୍କୁ ଆରାଧନା କରାଯାଏ। ଭାରତରେ ପ୍ରତିଟି କୋଣରେ ଶ୍ରୀଗଣେଶଙ୍କ ମନ୍ଦିର ଦେଖିବାକୁ ମିଳେ।

ଏହି ସବୁ ମନ୍ଦିରରେ ଗଣପତିଙ୍କ ଆରାଧନା ବର୍ଷ ତମାମ କରାଯାଏ। ତେବେ ଦେଶରେ ଏଭଳି ଏକ ମନ୍ଦିର ଅଛି , ଯାହା କେବଳ ଗଣେଶ ଚତୁର୍ଥୀ ଦିନ ହିଁ ଖୋଲିଥାଏ। ଏହି ଅନନ୍ୟ ମନ୍ଦିରଟି ରାଜସ୍ଥାନର ଯୋଧପୁର ସହରରେ ଅବସ୍ଥିତ। ଏହା ଗଣପତି ମନ୍ଦିର ଭାବରେ ପରିଚିତ। ଏହି ମନ୍ଦିରର ସ୍ୱତନ୍ତ୍ର ବିଶେଷତ୍ଵ ରହିଛି। ଏହି ମନ୍ଦିର ବର୍ଷକୁ ଗୋଟିଏ ଦିନ ପାଇଁ ଖୋଲିଥାଏ।

ଏହି ମନ୍ଦିର ମୁଖ୍ୟ ଦ୍ୱାର ଖୋଲିବା ପୂର୍ବରୁ , ଯଜ୍ଞକୁଣ୍ଡରେ ଦଶ ହଜାର ଆହୁତି ଅର୍ପଣ କରାଯାଏ।  ଗଣେଶ ଚତୁର୍ଥୀ ଦିନ ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଟା ସମୟ ପର୍ଯ୍ୟନ୍ତ ଏହି ମନ୍ଦିରରେ ଗଣପତିଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଥାଏ। ଗଣେଶ ଚତୁର୍ଥୀ ଦିନ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥା’ନ୍ତି । ପାଟିରେ ପାନ , ଗୁଆ , ଗୁଜୁରାତି ଆଦି ରଖି ଗଣେଶଙ୍କୁ ଦର୍ଶନ କରିବାର ନିୟମ ରହିଛି। ଏହି ମନ୍ଦିରର ଭକ୍ତ ମାନଙ୍କର ବିଶ୍ୱାସ ରହିଛି ଯେ , ଯେଉଁମାନଙ୍କର ବିବାହରେ ବାଧା ଉପୁଜୁଛି , ସେମାନେ ଦୂବ ଓ ସିନ୍ଦୂର ଅର୍ପଣ କରିବା ଦ୍ବାରା ବିବାହ ଶୀଘ୍ର ହୋଇଥାଏ।

Related Articles

Back to top button