ହିରୋସୀମା-ନାଗାସାକି ଉପରେ ପରମାଣୁ ଆକ୍ରମଣକୁ ଆଜି ୭୭ ବର୍ଷ

ଆଜିକୁ ଠିକ୍ ୭୭ ବର୍ଷ ତଳେ ବିଶ୍ୱ ଦେଖିଥିଲେ ଭୟଙ୍କର ଚିତ୍ର । ପରମାଣୁ ବୋମାରେ ଥରିଥିଲା ଜାପାନର ହିରୋସୀମା ଓ ନାଗାସାକି । ଯାହାର ପରିମାଣ ବିଶ୍ୱବାସୀଙ୍କୁ ଆତଙ୍କିତ କରିଥିଲେ । ଅଗଷ୍ଟ ୬ରେ ହିରୋସୀମା ଓ ଅଗଷ୍ଟ ୯ରେ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା ଆମେରିକା । ହଜାର ହଜାର ଲୋକଙ୍କ ଜୀବନ ଯାଇଥିଲେ । ଲକ୍ଷ ଲକ୍ଷ ଲୋକ ଦିବ୍ୟାଙ୍କ ପାଲଟିଥିଲେ । ମୃତ୍ୟୁର ଉପତ୍ୟାକାରେ ପରିଣତ ହୋଇଥିଲା ଜାପାନର ଦୁଇ ସହର ।

ଆମେରିକାର ଏହି ଆକ୍ରମଣରେ ଦୁଇ ସହରରେ ପ୍ରାୟ ସାଢେ ୩ ଲକ୍ଷ ଲୋକେ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଅଧିକାଂଶ ଥିଲେ ସାଧାରଣ ନାଗରିକ । ଏହା ହେଉଛି ଏବେସୁଦ୍ଧା ପ୍ରଥମ ଓ ଶେଷ ପରମାଣୁ ଆକ୍ରମଣ ।

 

ପରମାଣୁ ବୋମାର ବ୍ୟବହାର

୧୯୪୧ରୁ ପରମାଣୁ ବୋମା ବାବଦରେ ଗବେଷଣା ଆରମ୍ଭ କରିଥିଲା ଆମେରିକା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଆଶଙ୍କାରେ ଏହାକୁ ବିକଶିତ କରିଥିଲେ ଆମେରିକୀୟ ଗବେଷକ । ଶେଷରେ ଜୁଲାଇ ୧୬, ୧୯୪୫ରେ ନ୍ୟୁ ମେକ୍ସିକୋର ଆଲାମଗୋରଡୋରେ ଆମେରିକା ପରମାଣୁ ଡିଭାଇସ୍ ନିୟୋଜିତ କରିଥିଲା । ଯାହାର ବିଧ୍ୱଂସକାରୀ କ୍ଷମତା ସାଧାରଣ ବୋମା ତୁଳନାରେ ୧୫୦୦୦ ଗୁଣ ଅଧିକ ଥିଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧ

ପରମାଣୁ ବୋମାର ନାଁ ଆମେରିକା ଦେଇଥିଲା ଲିଟିଲ ବୟ । ଶେଷରେ ଜାପାନ ଉପରେ ହିଁ ଏହା ପକାଇଥିଲା ଆମେରିକା । ସରିଥିଲା ବିଶ୍ୱଯୁଦ୍ଧ । ଆମେରିକା ଆଗରେ ଆତ୍ମସମର୍ପଣ କରିଥିଲା ଜାପାନ । ଏବେବି ଲୋକେ ଆମେରିକାର ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି । ଆଉ କେହି ପରମାଣୁ ଆକ୍ରମଣ ଜରୁରୀ ଥିଲା ବୋଲି କହିଥାନ୍ତି ।

Related Articles

Back to top button