ଜେଲରେ ରହୁଥିବା କଏଦୀ ଧଳା ପୋଷାକ ପିନ୍ଧନ୍ତି କାହିଁକି ?

ନୂଆଦିଲ୍ଲୀ:  ଆପଣଙ୍କ ମନକୁ କେବେ ନା କେବେ ନିଶ୍ଚୟ ପ୍ରଶ୍ନ ଆସିଥିବ ଜେଲରେ କଏଦୀ ମାନେ ଅନ୍ୟ କୌଣସି ରଙ୍ଗର ପୋଷାକ ନ ପିନ୍ଧି କେବଳ ଧଳା ପୋଷାକ କାହିଁକି ପିନ୍ଧନ୍ତି ? ତେବେ ଆସନ୍ତୁ ଜାଣିବା ଏହା ପଛରେ କ’ଣ ରହିଛି କାରଣ…

ଜେଲରେ କଏଦୀଙ୍କ ପାଇଁ କଠୋର ନିୟମ ରହିଛି । ଯାହାର ଉଲ୍ଲଙ୍ଘନ କରିବା କଏଦୀଙ୍କ ପକ୍ଷେ ସମ୍ଭବ ନୁହେଁ । କିନ୍ତୁ କଏଦୀଙ୍କ ସମ୍ବନ୍ଧିତ ଅନେକ ନିୟମ କେଉଁ ପୂରାତନ କାଳରୁ ରହିଆସିଛି । କୁହାଯାଏ ଅଷ୍ଟାଦଶ ଶତାବ୍ଦୀରୁ ଆମେରିକାରେ ପ୍ରଚଳିତ ହେଉଥିବା ଆବୁର୍ଣ୍ଣ ସିଷ୍ଟମ ପରେ ଏହି ନିୟମ ପାଳନ ହୋଇଆସୁଛି । ଏହି ସିଷ୍ଟମ ଅନୁଯାୟୀ, ଜେଲରେ ରହୁଥିବା କଏଦୀମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ନିୟମ ରହୁଥିଲା । ଧିରେ ଧିରେ ଆରମ୍ଭ ହୋଇଥିଲା ଆବୁର୍ଣ୍ଣ ସିଷ୍ଟମର ଆଧୁନିକ ଜେଲ୍ ପ୍ରଣାଳୀ । ଏହି ନିୟମ ଅନୁଯାୟୀ, କଏଦୀଙ୍କୁ ପ୍ରଥମେ ଧୂଷର ରଙ୍ଗର ପୋଷାକ ଦିଆଯାଉଥିଲା ଯେଉଁଥିରେ କଳା ରଙ୍ଗର ଷ୍ଟ୍ରିପ ପଡିଥାଏ । ଏହା ପଛରେ ରହିତିଲା ଏକ ବଡ ଉଦ୍ଦେଶ୍ୟ । ଯଦି କୌଣସି କଏଦୀ ଜେଲରୁ ଖସି ପଳାଇବାରେ ସକ୍ଷମ ହୁଏ, ତେବେ ବାହାରେ ଲୋକେ ତାଙ୍କୁ ଦେଖି ପୋଲିସକୁ ଖବର ଦେଇପାରିବେ । ତେଣୁ ସେହି ଫେରାର କଏଦୀକୁ ପୁଣିଥରେ ଧରିବାରେ ପୋଲିସ ସକ୍ଷମ ହୋଇପାରିବ । ଏହାର ଆଉ ଏକ କାରଣ ହେଉଛି, ଏହି ଧୂଷର-କଳା ରଙ୍ଗର ପୋଷାକ କଏଦୀଙ୍କୁ ଅନୁଶାସିତ କରାଏ । ଅର୍ଥାତ ଏହି ପୋଷାକ ପିନ୍ଧିବା ଦ୍ୱାରା କଏଦୀଙ୍କ ଠାରେ ଲଜ୍ଜା ଦେଖିବାକୁ ମିଳେ । ଯେଉଁଥିପାଇଁ ସେମାନେ ଆଉ କେବେ ଅପରାଧ କରିବାକୁ ଇଚ୍ଛା କରନ୍ତି ନାହିଁ ।

ଧିରେ ଧିରେ ଉନବିଂଶ ଶତାବ୍ଦୀ ବେଳକୁ ଆବୁର୍ଣ୍ଣ ସିଷ୍ଟମର ବିଲୟ ହେବା ଆରମ୍ଭ କଲା । ତେଣୁ ଧୂଷର-କଳା ରଙ୍ଗରୁ ଏହି ପୋଷାକ ଧଳାରେ ପରିବର୍ତ୍ତନ ହୋଇଗଲା । କଏଦୀଙ୍କ ପୋଷାକର ରଙ୍ଗ ଧଳା ରଖିବାର ମଧ୍ୟ ଏକ ମହତ ଉଦ୍ଦେଶ୍ୟ ଥିଲା । ସାଧାରଣତଃ ଧଳା ରଙ୍ଗକୁ ଶାନ୍ତିର ପ୍ରତୀକ ଭାବେ ବିବେଚନା କରାଯାଏ । ଏହି ଧଳା ପୋଷାକ ପରିଧାନ କଲେ କଏଦୀଙ୍କ ମନକୁ ସେପରି କିଛି ନକାରାତ୍ମକ ଚିନ୍ତାଧାରା ଆସିନଥାଏ, ଯେଉଁଥିରେ କଏଦୀର ମାନସିକ ସ୍ତରରେ ପରିବର୍ତ୍ତନ ହୋଇପାରେ ବୋଲି ବିଶ୍ୱାସ କରାଯାଏ । ଏହାର ଅନ୍ୟ ଏକ ଫାଇଦା ହେଉଛି, ଖରା ଦାଉରୁ ଶରୀରକୁ ରକ୍ଷା କରିବାରେ ଧଳା ରଭ୍ଗ ବେଶ୍ ସହାୟକ ହୋଇଥାଏ । ଏଥିସହିତ ଧଳା ରଙ୍ଗଟି ବହୁତ ଦୂରକୁ ଦୃଶ୍ୟମାନ ମଧ୍ୟ ହୋଇଥାଏ । ଯାହା ଫଳରେ ଅନେକ ଦୂରରୁ ମଧ୍ୟ ସେମାନଙ୍କୁ ସହଜରେ ଚିହ୍ନଟ କରାଯାଇପାରିବ । ସେଥିପାଇଁ ଜେଲରେ କଏଦୀମାନଙ୍କୁ ଧଳା ରଙ୍ଗର ପୋଷାକ ଦିଆଯାଇଥାଏ ।

Related Articles

Back to top button