ଋଷ ଛାଡ଼ି ପାରିବେନି ୧୮ରୁ ୬୫ ବର୍ଷର ନାଗରିକ, ବିମାନ ଟିକେଟ୍ ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ

 ପାଶ୍ଚାତ୍ୟ ଦେଶ ଉପରେ ପରମାଣୁ ଆକ୍ରମଣ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ଧମକ ପରେ ଆଶଙ୍କାରେ ଋଷ ନାଗରିକ । ଋଷରୁ ବିଭିନ୍ନ ଦେଶକୁ ଯାଉଥିବା ବିମାନ ସବୁ ବୁକ୍ ହୋଇ ଯାଇଛି । ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧକୁ ୭ ମାସ ବିତିଥିବା ବେଳେ ଆହୁରି ରଜର୍ଭ ସୈନ୍ୟ ପଠାଇବା ଲାଗି ପୁଟିନଙ୍କ ଘୋଷଣା ପରେ ଏଭଳି ସ୍ଥିତି ଉପୁଜିଛି ।

ନିକଟସ୍ଥ ଆର୍ମେନିଆ, ଜର୍ଜିଆ, ଆଜରବାଇଜନ ଓ କାଜାଖସ୍ତାନ ଆଦି ସ୍ଥାନକୁ ବିମାନ ଟିକେଟ୍ ସରି ଯାଇଛି । ଏପରିକି ଋଷଆନ୍ ଏୟାରଲାଇନ୍ସ ଓ ରେଲୱେ ୧୮ରୁ ୬୫ ବର୍ଷ ବୟସ୍କ ପୁରୁଷଙ୍କୁ ଟିକେଟ୍ ଦେଉ ନାହିଁ । ଏନେଇ ବିଭିନ୍ନ ଋଷ ନାଗରିକ ଓ ସାମ୍ବାଦିକ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ।

ତେବେ ଋଷ ବୈଦେଶିକ ମନ୍ତ୍ରଣାଳୟ ଯେଉଁମାନଙ୍କୁ ଅନୁମତି ଦେବ ସେମାନେ କେବଳ ହିଁ ଦେଶ ବାହାରକୁ ଯାଇ ପାରିବେ । ଫରଚ୍ୟୁନର ରିପୋର୍ଟ ଅନୁସାରେ, ପୁଟିନ୍ ଆସନ୍ତା ସପ୍ତାହରେ ଲୁହାନସ୍କ ଓ ଡୋନେସ୍କକୁ ଋଷର କ୍ଷେତ୍ର ବୋଲି ବିଧିବଦ୍ଧ ଘୋଷଣା କରିପାରନ୍ତି ।

Related Articles

Back to top button