ସେପ୍ଟମ୍ବର ୧୬ରେ ଟି୨୦ ବିଶ୍ୱକପ ପାଇଁ ହେବ ଭାରତୀୟ ଦଳ ଘୋଷଣା

ମୁମ୍ବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା ସେପ୍ଟମ୍ବର ୧୬ରେ ହେବ। ଆଘାତ ସମସ୍ୟା ଯୋଗୁ ଦଳରୁ ବାହାରେ ଥିବା ଯଶପ୍ରୀତ ବୁମରାହ ଓ ହର୍ଷଲ ପଟେଲଙ୍କୁ ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ଡକା ଯାଇଛି। ସେଠାରେ ସେମାନେ ଫିଟନେସ ଟେଷ୍ଟରେ ପାସ କଲେ ଦଳରେ ଚୟନ ହେବେ କି ନାହିଁ ବିଚାର କରାଯିବ। ହର୍ଷଲ ଅଭ୍ୟାସ ଆରମ୍ଭ କରି ଦେଇଥିବା ବେଳେ ବୁମରାହ କିନ୍ତୁ ବିଶ୍ରାମ ନେଉଛନ୍ତି । ସେହିପରି ଅଧିନାୟକ ରୋହିତ ଶର୍ମା ଓ କୋଚ ରାହୁଲ ଡ୍ରାଭିଡ ମଧ୍ୟ ବୁମରାହଙ୍କ ଫିଟନେସ ଟେଷ୍ଟକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଏହି ଦୁଇ ଖେଳାଳିଙ୍କ ଅନୁପସ୍ଥିତି ଏସିଆ କପ କ୍ରିକେଟରେ ଭାରତର ପ୍ରଦର୍ଶନକୁ ପ୍ରଭାବିତ କରିଥିଲା।

ଡେଥ ଓଭରରେ ହର୍ଷଲ ଚମତ୍କାର ବୋଲିଂ ପ୍ରଦର୍ଶନ କରୁଛନ୍ତି । ସେ ୨୦୨୨ରେ ୧୯ ୱିକେଟ ୮.୭୬ ଇକୋନୋମୀ ରେଟରେ ହାସଲ କରିଛନ୍ତି। ରିପୋର୍ଟ ମୁତାବକ ଟିମର ୮ରୁ୯ ଖେଳାଳି ଏକପ୍ରକାର ଚୂଡାନ୍ତ ହୋଇଥିବା ବେଳେ ଅନ୍ୟ ସ୍ଥାନଗୁଡିକ ପାଇଁ ଚୟନ କମିଟି ଓ ଅଧିନାୟକଙ୍କୁ ମୁଣ୍ଡ ଖର୍ଚ୍ଚ କରିବାକୁ ପଡୁଛି। ବିରାଟ କୋହଲି ଓ ରୋହିତ ଫର୍ମକୁ ଫେରିଥିବାରୁ ଦଳ ପାଇଁ ଶୁଭ ଖବର।

 

Related Articles

Back to top button