
ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ସେପ୍ଟେମ୍ବର ୧୧ରେ ଭାରତରେ ହେବ ଦିନିକିଆ ରାଜକୀୟ ଶୋକ ପାଳନ
ନୂଆଦିଲ୍ଲୀ: ମହାରାଣୀ ଏଲିଜାବେଥ ଦ୍ୱିତୀୟ ୯୬ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତରେ ସେପ୍ଟେମ୍ବର ୧୧ରେ ଦିନିକିଆ ରାଜକୀୟ ଶୋକ ପାଳନ କରାଯିବ । ଏଥିସହିତ ୧୧ରେ ପତାକା ଅଧା ନୂଆଁଇ ରଖାଯିବ । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।