୩୦ କୋଟି ଜନତା ଦାରିଦ୍ର୍ୟ ସୀମା ରେଖାରୁ ବାହାରିଛନ୍ତି, ଦେଶର ଜିଡିପି ୩ ଲକ୍ଷ କୋଟି ଡଲାର: ଦୀପକ ପାରେଖ

ନୂଆଦିଲ୍ଲୀ: ଭାରତ ଆଗାମୀ କିଛି ବର୍ଷରେ ଦୁନିଆର ସବୁଠୁ ଦ୍ରୁତ ଗତିରେ ବଢୁଥିବା ଅର୍ଥବ୍ୟବସ୍ଥାରେ ପରିଣତ ହେବ। ଏହା କହିଛନ୍ତି ଏଚଡିଏଫସି ବ୍ୟାଙ୍କର ଚେୟାରମ୍ୟାନ ଦୀପକ ପାରେଖ। ସେ କହିଛନ୍ତି, ମୁଁ ନିକଟରେ ଯେତେ ବି ବିଦେଶୀ ନିବେଶକ ଏବଂ ଅନ୍ୟ ଲୋକଙ୍କୁ ଭେଟିଛି ସମସ୍ତଙ୍କୁ ଏହା କହୁଛି ଯେ, ନିଜର ୫୦ ବର୍ଷର କ୍ୟାରିୟରରେ ଭାରତକୁ ନେଇ ଆଜି ଯେତିକି ଆଶାବାଦୀ ଅଛି, ପୂର୍ବରୁ କେବେ ନଥିଲି।

ପାରେଖ କହିଛନ୍ତି, ଦେଶର ଜିଡିପି ୧୯୯୦ ଆରମ୍ଭରେ ୩୦୦ କୋଟି ଡଲାରରୁ କିଛିଟା ଅଧିକ ଥିଲା। ଆଉ ଆଜି ଏହା ୩ ଲକ୍ଷ କୋଟି ଡଲାର ପାଖାପାଖି ରହିଛି। ସଂପ୍ରତି ବୈଶ୍ଵିକ ବିକାଶରେ ଭାରତର ଯୋଗଦାନ ୧୪ ପ୍ରତିଶତ ରହିଛି।

ପାରେଖ କହିଛନ୍ତି ଗତ ୧୫ ବର୍ଷରେ ୩୦ କୋଟି ଭାରତୀୟ ଦାରିଦ୍ର୍ୟ ସୀମାରେଖାରୁ ବାହାରିଛନ୍ତି। ଭାରତ ସବୁଠୁ ଦ୍ରୁତ ଗତିରେ  ବଢୁଥିବା ଅର୍ଥବ୍ୟବସ୍ଥା ଏବଂ ଆଗକୁ ଏହା ଜାରି ରହିବ। ଖାଦ୍ୟ ଏବଂ ଶକ୍ତି ସୁରକ୍ଷା, ଆର୍ଥିକ ଏବଂ ପୁଞ୍ଜି ଉପରେ କାମ କରିବାକୁ ପଡିବ। ପାରେଖ କହିଛନ୍ତି, ଆମେ ବହୁ ସମୟରୁ କହି ଆସୁଛୁ ଯେ, ଭାରତର ବୃଦ୍ଧି କ୍ଷମତାକୁ ନେଇ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ଆମର ପ୍ରାଥମିକତାରେ ରହିଛି।

ଦୀପକ ପାରେଖ କହିଛନ୍ତି, ଆମର ମହତ୍ଵାକାଂକ୍ଷୀ ସମାଜ, ବଢୁଥିବା ମଧ୍ୟମ ବର୍ଗ ଏବଂ ଘରୋଇ ଉତ୍ପାଦ ଆଧାରିତ ବଢୁଥିବା ଖର୍ଚ୍ଚ ସହିତ ଆମକୁ ଅଧିକ ନିବେଶର ଆବଶ୍ୟକତା ରହିଛି। ଦୂରଦର୍ଶିତା ଏବଂ ଦୃଢ ନିଶ୍ଚିତ ବିନା କିଛି ବି ହାସଲ କରାଯାଇ ପାରିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତକୁ ନେଇ ଆଗାମୀ ୨୫ ବର୍ଷର ଲକ୍ଷ୍ୟକୁ ନେଇ ପାରେଖ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନିକଟରେ ରାଜନୈତିକ ପୁଞ୍ଜି ରହିଛି, ଯାହା ଜରିଆରେ ସେ ଭାରତକୁ ଅନ୍ତର୍ଜାତୀୟ ବଜାରରେ ଏହାର ବିଶ୍ଵସନୀୟତାକୁ ଆଗକୁ ବଢାଇ ପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୬ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଦେଶକୁ ସମ୍ବୋଧିତ କରି କହିଥିଲେ, ଆଗାମୀ ୨୫ ବର୍ଷରେ ଭାରତକୁ ଏକ ବିକଶିତ ଦେଶ  ହେବାକୁ ପଡିବ।

ଭାରତର ସବୁଠୁ ବଡ ଟେକ୍ କମ୍ପାନୀ ମଧ୍ୟରୁ ଅନ୍ୟତମ ଇନଫୋସିସ୍‌ର  ଚେୟାରମ୍ୟାନ ନନ୍ଦନ ନିଲେକଣି କହିଛନ୍ତି, ଆଗାମୀ ଗୋଟିଏରୁ ଦୁଇ ଦଶନ୍ଧିରେ ଅଧିକରୁ ଅଧିକ ଲୋକ ଦାରିଦ୍ର୍ୟ ସୀମା ରେଖାରୁ ବାହାରିଯିବେ। ସେ କହିଛନ୍ତି, ବୈଶ୍ଵିକ ଭୂ ରାଜନୈତିକ ପରିସ୍ଥିତି ଭାରତ ପକ୍ଷରେ ମଧ୍ୟ ରହିଛି।

Related Articles

Back to top button