୩୬୯ ଟ୍ରେନ୍‌ ବାତିଲ

ଅଗ୍ନିପଥ ପ୍ରତିବାଦ ଯୋଗୁ ରେଳବାଇ ପକ୍ଷରୁ ୩୬୯ ଟ୍ରେନ୍‌କୁ ବାତିଲ କରିଦିଆଯାଇଛି

ଅଗ୍ନିପଥ ପ୍ରତିବାଦ ଯୋଗୁ ରେଳ ବିଭାଗ ପକ୍ଷରୁ ଟ୍ରେନ୍‌ ସେବା ପ୍ରଭାବିତ ହୋଇଛି। କେତେକ ରୁଟ୍‌ରେ ଟ୍ରେନ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବାବେଳେ ଆଉ କେତେକ ରୁଟ୍‌ରେ ଆଂଶିକ ବାତିଲ କରାଯାଇଛି।  କେତେକ ଟ୍ରେନ୍‌ର ଗତିପଥ ବଦଳାଇ ଯାତ୍ରା କରିବାର ବ୍ୟବସ୍ଥା କରାଯାଇଛି। ତେବେ ଅଗ୍ନିପଥ ପ୍ରତିବାଦ ଯୋଗୁ ରେଳବାଇ ପକ୍ଷରୁ ୩୬୯ ଟ୍ରେନ୍‌କୁ ବାତିଲ କରିଦିଆଯାଇଛି। ୨୧୦ଟି ମେଲ୍‌ ଏବଂ ୧୫୯ଟି ଏକ୍ସପ୍ରେସକୁ ବାତିଲ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ଏବଂ ରେଳବାଇର ନିରାପତ୍ତା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ପୂର୍ବତଟ ରେଳ ବିଭାଗ (ଇସିଆର) ମୁଖ୍ୟ ଜନସମ୍ପର୍କ ଅଧିକାରୀ ବୀରେନ୍ଦ୍ର କୁମାର କହିଛନ୍ତି। ଶନିବାର ରାତି ୮ଟାରୁ ରବିବାର ଭୋର୍‌ ୪ ଟା ପର୍ଯ୍ୟନ୍ତ ବାତିଲ କରାଯାଇଛି।

Related Articles

Back to top button