ପାକିସ୍ତାନକୁ ‘ଗ୍ରେ’ ଲିଷ୍ଟରେ ରଖିଲା ଏଫଏଟିଏଫ

ଜବର୍ଲିନରେ ହୋଇଥିବା ସମୀକ୍ଷା ବୈଠକ ପରେ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ) ପାକିସ୍ତାନକୁ ଗ୍ରେ ଲିଷ୍ଟରୁ ଏବେ ତରବରିଆ ଭାବେ ନ ହଟାଇବାକୁ ନିଷ୍ପତ୍ତି ନେଇଛି। ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଏଫଏଟିଏଫର ସଭାପତି କହିଛନ୍ତି। ତେବେ ଏଫ୍ଏଟିଏଫ୍ ପାକିସ୍ତାନର ପଦକ୍ଷେପକୁ ସ୍ୱାଗତ କରିବା ସହ ସମସ୍ତ ୩୪ ଟି ଆକ୍ସନ ପଏଣ୍ଟରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ପାକିସ୍ତାନ ଗ୍ରହଣ କରିଥିବାରୁ ସନ୍ତୋଷ ପ୍ରକାଶ କରିଛି। କିନ୍ତୁ ଏଥିରେ ସୁଧାର ହୋଇଥିବାର ପ୍ରମାଣ ମିଳିନି ବୋଲି ଏଫଏଟିଏଫ କହିଛି।

ମନି ଲଣ୍ଡରିଂ ଓ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ରୋକିବାରେ ବିଫଳ ହୋଇଥିବାରୁ ପାକିସ୍ତାନ ୨୦୧୮ରୁ ପ୍ୟାରିସର ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)ର ଗ୍ରେ ଲିଷ୍ଟରେ ରହିଛି। ଏଫଏଟିଏଫର ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହୋଇଥିବାରୁ ପାକିସ୍ତାନ ଏବେ ବି ଏଫଏଟିଏଫ ତାଲିକାରେ ରହିଛି।

ଶୁକ୍ରବାର ଏଫଏଟିଏଫ କହିଛି ଯେ ପାକିସ୍ତାନ ଏହାର ଦୁଇଟି କାର୍ଯ୍ୟ ଯୋଜନାକୁ ସମ୍ପୂର୍ଣ୍ଣ ରୂପେ ପୂରଣ କରିଛି। କିନ୍ତୁ କେବଳ ପଦକ୍ଷେପ ନେଲେ ହେବନି ତୃଣମୂଳ ସ୍ତରରେ ଏହି ପଦକ୍ଷେପ କାର୍ଯ୍ୟକାରି ହୋଇଛି କି ନାହିଁ ତାହା ଯାଞ୍ଚ କରିବା ଆବଶ୍ୟକ। ତେଣୁ ଟାସ୍କଫୋର୍ସ ଏଥିପାଇଁ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବାର ଆବଶ୍ୟକତା କହିଛନ୍ତି। ସେହିପରି ଏହି ସବୁ ପଦକ୍ଷେପକୁ ଭବିଷ୍ୟତରେ କାର୍ଯ୍ୟକାରି କରିବା ଏବଂ ବଜାୟ ରଖିବା ପାଇଁ ଆବଶ୍ୟକ ରାଜନୀତିକ ପ୍ରତିବଦ୍ଧତା ମଧ୍ୟ ଦେଖିବା ଆବଶ୍ୟକ ବୋଲି ଏଫଏଟିଏଫ ମୁଖ୍ୟ ମାର୍କସ ପ୍ଲେୟାର କହିଛନ୍ତି।

ସେ କହିଛନ୍ତି ଯେ ଆଜି ପାକିସ୍ତାନକୁ ଗ୍ରେସ ତାଲିକାରୁ ହଟାଯାଉ ନାହିଁ। ଯଦି ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଜଣାପଡିବ ଯେ ଏବେ ବି ପଦକ୍ଷେପ କେବଳ ଖାତା କଲମରେ ରହିଛି ତାହାଲେ ଗ୍ରେ ଲିଷ୍ଟରୁ ହଟାଇ ଦିଆଯିବ। ପ୍ଲିଅର୍ ଆହୁରି ମଧ୍ୟ କହିଛନ୍ତି ଯେ ଅକ୍ଟୋବର ପୂର୍ବରୁ ଏକ ଟିମ୍ ଯାଇ ଅନୁଧ୍ୟାନ କରିବ ଏବଂ ପାକିସ୍ତାନ ଗ୍ରେ ଲିଷ୍ଟରେ ରହିବ କି ନାହିଁ ଘେ୍ାଷଣା କରାଯିବ।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ‘ଗ୍ରେ ଲିଷ୍ଟ’ରେ ରହିବା ପରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ), ବିଶ୍ୱ ବ୍ୟାଙ୍କ, ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ଓ ୟୁରୋପୀୟ ସଂଘ (ଇୟୁ)ରୁ ଆର୍ଥିକ ସହାୟତା ପାଇବା ଦେଶ ପାଇଁ କଷ୍ଟକର ହୋଇପଡ଼ିଛି।

ଏଫ୍ଏଟିଏଫ୍ ହେଉଛି ଏକ ଆନ୍ତଃସରକାରୀ ସଂସ୍ଥା ଯାହା ୧୯୮୯ରେ ମନି ଲଣ୍ଡରିଂକୁ ରୋକିବା ପାଇଁ ଗଠନ କରାଯାଇଥିଲା, ଅନ୍ତର୍ଜାତୀୟ ଆର୍ଥିକ ବ୍ୟବସ୍ଥାରେ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଓ ଅଖଣ୍ଡତା ପ୍ରତି ବିପଦ ଆଦି ଉପରେ ଗୁରୁତ୍ୱ ଦିଏ । ଏଫଏଟିଏଫରେ ଏବେ ୩୯ ଜଣ ସଦସ୍ୟ ଅଛନ୍ତି। ଯେଉଁଥିରେ ଦୁଇଟି ଆଞ୍ଚଳିକ ସଂଗଠନ ୟୁରୋପୀୟ କମିଶନ ଏବଂ ଗଲ୍ଫ କୋଅପରେସନ କାଉନସିଲ ସାମିଲ ଅଛି।

Related Articles

Back to top button