ଅହମ୍ମଦାବାଦ ବିମାନବନ୍ଦରରୁ ୪ ଜଣ ଆଇଏସଆଇଏସ ଆତଙ୍କବାଦୀ ଗିରଫ

ଅହମ୍ମଦାବାଦ ବିମାନବନ୍ଦରରୁ ୪ ଜଣ ଆଇଏସଆଇଏସ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଗିରଫ ୪ ଆତଙ୍କବାଦୀ ଶ୍ରୀଲଙ୍କାର ନାଗରିକ ବୋଲି ଜଣାପଡ଼ିଛି। ଗୁଜରାଟ ଆଣ୍ଟି ଟେରର ସ୍କ୍ବାଡ୍‌ ସେମାନଙ୍କୁ ଗିରଫ କରିଛି। ତେବେ କେଉଁ ମାମଲାରେ ସେମାନଙ୍କୁ ଗିରଫ କରାଯାଇଛି ସେନେଇ ସୂଚନା ମିଳିନାହିଁ।ଗୁଜରାଟ ଡିଜିପି ବିକାଶ ସହାୟ କହିଛନ୍ତି ଯେ, ମହମ୍ମଦ ନୁସରତ, ମହମ୍ମଦ ନୁଫ୍ରାନ୍‌, ମହମ୍ମଦ ଫାରିସ ଓ ମହମ୍ମଦ ରାଜଦିନ ନାମକ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏମାନେ ଶ୍ରୀଲାଙ୍କା ନାଗରିକ ଏବଂ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ ଷ୍ଟେଟର ସକ୍ରିୟ ସଦସ୍ୟ। ସେମାନେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ସେ ଆହୁରି କହିଛନ୍ତି, ଚଳିତବର୍ଷ ଫେବୃଆରୀ ମାସରୁ ଏହି ଚାରି ଜଣ ପାକିସ୍ତାନରେ ରହୁଥିବା ଆଇଏସଆଇଏସ ନେତା ଅବୁ ସହ ଯୋଗାଯୋଗରେ ଥିଲେ। ସୋସିଆଲ ମିଡିଆ ମାଧ୍ୟମରେ ସେମାନେ ତା’ ସହ ଯୋଗାଯୋଗରେ ଥିଲେ। ଅବୁ ସେମାନଙ୍କୁ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଉସୁକାଇଥିଲା। ସେମାନେ ଏତେ ଉଗ୍ରପନ୍ଥି ଯେ, ଆତ୍ମଘାତୀ ବିସ୍ଫୋରଣ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାଇଥିଲେ। ପାକିସ୍ତାନୀ ବାସିନ୍ଦା ଅବୁ ସେମାନଙ୍କୁ ଶ୍ରୀଲଙ୍କା ମୁଦ୍ରାରେ ଚାରି ଲକ୍ଷ ଟଙ୍କା ମଧ୍ୟ ଦେଇଥିଲା।

Related Articles

Back to top button