ଦିଲ୍ଲୀର ଆଜାଦ ମାର୍କେଟରେ ଭୁଶୁଡି ପଡିଲା ୪ ମହଲା କୋଠା : ୩ ଶ୍ରମିକ ମୃତ, ଚାପି ହୋଇ ରହିଛନ୍ତି ଅନେକ

ନୂଆଦିଲ୍ଲୀ: ଭୁଶୁଡିଲା ନିର୍ମାଣାଧିନ କୋଠା । ଦିଲ୍ଲୀର ଆଜାଦ ମାର୍କେଟରେ ଏକ ୪ ମହଲା ବିଶିଷ୍ଟ ନିର୍ମାଣାଧିନ କୋଠା ଭୁଶୁଡି ପଡିଛି । ଫଳରେ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହାସହ ଭଗ୍ନାବଶେଷ ତଳେ ଆହୁରି ୬ରୁ ୭ ଜଣ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ସକାଳ ୮ଟା ୫୦ରେ ଏହି କୋଠାଟି ଭୁଶୁଡି ପଡିଥିଲା । ଘଟଣା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି ।

ସୂଚନାନୁସାରେ, ଆଜାଦ ମାର୍କେଟ ଅଞ୍ଚଳର ସିସ୍ ମହଲରେ ଏକ ବିଲ୍ଡିଂ କାମ ଚାଲୁଥିଲା । ଏହା ହଠାତ ଭାଙ୍ଗି ଯାଇଥିଲା । ଏଥିରେ ଅନେକ ଶ୍ରମିକ ଚାପି ହୋଇ ଯାଇଥିଲେ । ଏବେସୁଦ୍ଧା ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହାସହ ଅନ୍ୟ ଶ୍ରମିକ ଚାପି ହୋଇ ରହିଛନ୍ତି ।

ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ସକାଳ ସାଢେ 8ଟାରେ କୋଠା ଭୁଶୁଡିବା ଖବର ମିଳିଥିଲା । ୭୫୪ ନମ୍ବର ଘର ଭାଙ୍ଗିବା ଖବର ପରେ ତୁରନ୍ତ ସେମାନେ ଏଠାରେ ପହଁଚିଥିଲେ । ଦମକଳ ବାହିନୀର ୪ଟି ଗାଡି ମଧ୍ୟ ଘଟଣାସ୍ଥଳକୁ ପଠାଯାଇଥିଲା । ଉଦ୍ଧାରକାର୍ଯ୍ୟ ଏବେବି ଜାରି ରହିଛି । ପ୍ରାୟ ୫ ଜଣ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଯେଉଁଠି ବିଲ୍ଡିଂ ଭୁଶୁଡିଛି ସେଠାରେ ଏକ ସ୍କୁଲ ମଧ୍ୟ ରହିଛି । ଅନେକ ଶିଶୁ ଏହି ଘର ଦେଇ ଯାଉଥିଲେ । ସେହି ଶିଶୁଙ୍କ ଅଭିଭାବକ ମଧ୍ୟ ଘଟଣାସ୍ଥଳରେ ପାଟିତୁଣ୍ଡ କରୁଥିବା ଜଣାପଡୁଛି । କାରଣ ଅଘଟଣ ପରେ ଶିଶୁଙ୍କର କୌଣସି ପତ୍ତା ମିଳୁନଥିବା ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି ।

Related Articles

Back to top button