ନକ୍ସଲ ଏବଂ ସୁରକ୍ଷା କର୍ମିଙ୍କ ମଧ୍ୟରେ ଗୁଳି ବିନିମୟରେ 6 ନକ୍ସଲ ନିହତ

ନକ୍ସଲ ଏବଂ ସୁରକ୍ଷା କର୍ମିଙ୍କ ମଧ୍ୟରେ ଗୁଳି ବିନିମୟ ଫଳରେ 6 ନକ୍ସଲ ନିହତ । ଛତିଶଗଡ ବିଜାପୁର ଜିଲ୍ଲା ଚିକୁରବାଟି-ପୁସବାକା ନିକଟ ଜଙ୍ଗଲରେ ଏନକାଉଣ୍ଟର ପୋଲିସ ତରଫରୁ ଏନ କାଉଣ୍ଟର ହୋଇଛି। ଯବାନଙ୍କ ଗୁଳିରେ ୬ ଜଣ ନକ୍ସଲ ନିହତ ହୋଇଛନ୍ତି । ତେବେ ଡିଆରଜି, ସିଆରପିଏଫ୍ ୨୨୯ ଓ କୋବ୍ରା ବାହିନୀ ମିଳିତ ସହଯୋଗରେ ଅପରେସନ କରୁଥିବା ବେଳେ ନକ୍ସଲଙ୍କ ସହ ଗୁଳିବିନିମୟ ହୋଇଥିଲା ।

ଏହି ଅପରେସନରେ ଜିଲ୍ଲା ରିଜର୍ଭ ଗାର୍ଡ (DRG), ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଏବଂ କୋବ୍ରା (କମାଣ୍ଡୋ ବାଟାଲିଅନ୍ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍) ର କର୍ମଚାରୀମାନେ ସମ୍ପୃକ୍ତ ଥିଲେ । ଗୁଳି ବର୍ଷଣ ବନ୍ଦ ହେବା ପରେ ଘଟଣାସ୍ଥଳରୁ ଜଣେ ମହିଳାଙ୍କ ସମେତ ୬ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ସୂଚନା ମିଳିଛି ।

Related Articles

Back to top button