ବିଜେପି ଜାରି କଲା ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଆସନ୍ତା ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପାଇଁ ବିଭନ୍ନ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ବିଜେପି ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ । ଗତକାଲି ବିଜେପି ତା’ର ୬ଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆଜି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ।

ଆଜି ଜାରି ହୋଇଥିବା ଦଳର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଦଳ ଦୁଇଟି ରାଜ୍ୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମହାରାଷ୍ଟ୍ରର ଗୋଟିଏ ଓ କର୍ଣ୍ଣାଟକର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ମହାରାଷ୍ଟ୍ରର ଅମରାବତୀ ଆସନ ପାଇଁ ନବନୀତ ରଣା ଓ କର୍ଣ୍ଣାଟକର ଚିତ୍ରଦୁର୍ଗା ଆସନ ପାଇଁ ଗୋବିନ୍ଦ କର୍ଜୋଇଙ୍କୁ ପ୍ରାର୍ଥୀ କରାଯାଇଛି ।

Related Articles

Back to top button