ନୂଆ ସଂସଦ ଉଦଘାଟନରେ ଜାରି ହେବ ୭୫ ଟଙ୍କିଆ କଏନ୍

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହେବ ୭୫ ଟଙ୍କିଆ ଧାତବ ମୁଦ୍ରା । ଗୁରୁବାର ଦିନ ଏ ନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ‘ଗେଜେଟ’ରେ ସୂଚନା ଦିଆଯାଇଛି । ‘କଏନେଜ ରୁଲ-୨୦୨୩’ ଅନୁଯାୟୀ ଏହି ସ୍ମାରକୀ ମୁଦ୍ରା ଜାରି କରିବେ କେନ୍ଦ୍ର ସରକାର । ନୂଆ ସଂସଦ ଉଦଘାଟନ ଉତ୍ସବରେ କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ୱରେ ଜାରି ହୋଇପାରେ ୭୫ ଟଙ୍କିଆ କଏନ୍ । ଏହି ଧାତବ ମୁଦ୍ରା ଟଙ୍କାଶାଳରେ ପ୍ରସ୍ତୁତ କରାଯିବ ବୋଲି ସୂଚନା ଦେଇଛନ୍ତି ଅର୍ଥ ମନ୍ତ୍ରାଳୟ ।
ଏହି ମୁଦ୍ରାରେ ୫୦% ରୂପା, ୪୦% ତମ୍ବା, ୫% ନିକେଲ ଏବଂ ୫% ଦସ୍ତାର ସମ୍ମିଶ୍ରଣ ରହିବ । ୭୫ ଟଙ୍କିଆ ମୁଦ୍ରାର ଗୋଲେଇ ୪୪ ମିଲିମିଟର ହୋଇଥିବା ବେଳେ ଏଥିରେ ୨୦୦ଟି ଦାନ୍ତି ରହିବ ଏବଂ ଏହାର ସମ୍ମୁଖ ପାଶ୍ୱର୍ରେ ଅଶୋକ ସ୍ତମ୍ଭରେ ଥିବା ଜାତୀୟ ସଂକେତ ସିଂହ ସ୍ଥାନ ପାଇବ । ଏହା ତଳକୁ ଟଙ୍କାର ଚିହ୍ନ (“₹”)କୁ ସ୍ଥାନୀତ କରାଯିବା ସହ ଇଂରାଜୀ ଭାଷାରେ 75 ମଧ୍ୟ ଲେଖାଯିବ । ଏହା ସହିତ ଦେବନାଗରୀ ଲିପିରେ ‘ସତ୍ୟମେବ ଜୟତେ’ ଲିଖିତ ଆକାରରେ ରହିବ । ତେବେ ମୁଦ୍ରାର ବାମ ଗୋଲାର୍ଦ୍ଧ ପଟରେ ଦେବନାଗରୀ ଭାଷାରେ ‘ଭାରତ’ ଏବଂ ଡାହାଣ ପାଖରେ ଇଂରାଜୀରେ ‘INDIA’ ସ୍ଥାନ ପାଇବ । ଏହବ୍ୟତୀତ ମୁଦ୍ରାର ପଛରେ ସଂସଦ ପରିସରର ଚିତ୍ର ମଧ୍ୟ ରଖାଯିବ । ମୁଦ୍ରାର ଉପର ଗୋଲାର୍ଦ୍ଧ ଧାରରେ ଦେବନାଗରୀ ଲିପିରେ ଲେଖାଯିବ ସଂସଦ ଭବନ । ସେହିପରି ତଳ ଗୋଲାର୍ଦ୍ଧ ଧାରରେ ଇଂରାଜୀ ଲିପିରେ ‘ପାର୍ଲାମେଣ୍ଟ କମ୍ପେ୍ଲକ୍ସ’ ଲେଖାଯିବ ବୋଲି ଜାଣିବାକୁ ମିଳିଛି । ତେବେ ପାର୍ଲାମଣ୍ଟେ ଚିତ୍ର ତଳେ ବର୍ଷ ୨୦୨୩ ଉଲ୍ଲେଖ ରହିବ ।

Related Articles

Back to top button