ସତ୍ୟେନ୍ଦ୍ର ଜୈନଙ୍କୁ ୬ ସପ୍ତାହ ପାଇଁ ମିଳିଲା ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସୁପ୍ରିମକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି । କୋର୍ଟ ସତ୍ୟେନ୍ଦ୍ରଙ୍କୁ ୬ ସପ୍ତାହ ପାଇଁ ଜାମିନ ପ୍ରଦାନ କରିଛନ୍ତି । ନିକଟରେ ସତ୍ୟେନ୍ଦ୍ରଙ୍କ ଓକିଲ ତାଙ୍କ ଅସୁସ୍ଥତା ସମ୍ପର୍କରେ କୋର୍ଟଙ୍କୁ କହିଛନ୍ତି । ଏଥି ସହିତ ସୁପ୍ରିମକୋର୍ଟ କହିଛନ୍ତି ଯେ, ସତ୍ୟେନ୍ଦ୍ର ଦିଲ୍ଲୀ-ଏନସିଆରରୁ ବାହାରକୁ ଯାଇପାରିବେ ନାହିଁ । ପରବର୍ତ୍ତୀ ଶୁଣାଣି ଜୁଲାଇ ୧୧ ରେ ହେବ ।

ଏହି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଜାମିନ ଅବଧି ସମୟରେ ଜୈନ କୌଣସି ସାକ୍ଷୀଙ୍କୁ ଭେଟିବେ ନାହିଁ । ସେ କୋର୍ଟଙ୍କ ଅନୁମତି ବିନା ଦିଲ୍ଲୀ ଛାଡିବେ ନାହିଁ । ଜାମିନରେ ଥିବାବେଳେ ସେ ଗଣମାଧ୍ୟମ ସହ କଥାବାର୍ତ୍ତା ମଧ୍ୟ କରିପାରିବେ ନାହିଁ । ଏଥି ସହିତ ଚିକିତ୍ସାର ଦଲିଲକୁ ମଧ୍ୟ କୋର୍ଟରେ ଉପସ୍ଥାପନ କରିବାକୁ ପଡିବ । ୧୧ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ସତ୍ୟେନ୍ଦ୍ରଙ୍କୁ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି ।

ମାମଲାର ଶୁଣାଣି ସମୟରେ ସତ୍ୟେନ୍ଦ୍ରଙ୍କ ପକ୍ଷରୁ ଓକିଲ ଅଭିଷେକ ମନୁ ସିଂଭି ହାଜର ହୋଇଥିଲେ । ସେ କୋର୍ଟଙ୍କୁ କହିଛନ୍ତି ଯେ, ଆଜି ସେ କେବଳ ଡାକ୍ତରୀ ଗ୍ରାଉଣ୍ଡରେ କଥା ହେବେ । ସତ୍ୟେନ୍ଦ୍ର ଏକ ବର୍ଷ ଜେଲରେ ଅଛନ୍ତି । ତାଙ୍କର ଓଜନ ବହୁତ କମି ଯାଇଛି । ତାଙ୍କ ଶରୀରର ଓଜନ ୩୫ କିଲୋଗ୍ରାମ ହ୍ରାସ ପାଇଛି ।

Related Articles

Back to top button