
ଅମରନାଥରେ ବାଦଲ ଫଟା ବର୍ଷା: ୫ ତୀର୍ଥଯାତ୍ରୀ ମୃତ, ଅନେକ ନିଖୋଜ
ଶ୍ରୀନଗର: ଜମ୍ମୁ-କଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ବାଦଲ ଫଟା ବର୍ଷା ହୋଇଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ତୀର୍ଥଯାତ୍ରୀ ନିଖୋଜ ଥିବା ଜଣାପଡ଼ିଛି। ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ଆଇଟିବିପିର ଟିମ୍ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
୪୩ ଦିନିଆ ବାର୍ଷିକ ଅମରନାଥ ଯାତ୍ରା ଚଳିତ ବର୍ଷ ଜୁନ ୩୦ ତାରିଖରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଗୁମ୍ପାରେ ପ୍ରାର୍ଥନା କରି ସାରିଛନ୍ତି। ଏବେ ଏଭଳି ଘଟଣା ଘଟିବା ପରେ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ନେଇ ପ୍ରୟାସ କରାଯାଉଛି। ଆଗାମୀ ସମୟରେ ହେଲ୍ପ ଲାଇନ୍ ନଂ ଜାରି କରାଯିବ। ଯଦି କାହାର ପରିଜନ ଅମରନାଥ ଯାତ୍ରାରେ ଯାଇଥିବେ ତେବେ ସେମାନେ ଏହି ନମ୍ବରରେ ଯୋଗାଯୋଗ କରି ତାଙ୍କ ବିଷୟରେ ଜାଣିପାରବେ ବୋଲି କୁହାଯାଇଛି।