ଗାନ୍ଧୀନଗରରୁ ନାମାଙ୍କନ ଭରିଲେ ଅମିତ ଶାହ

ଦ୍ୱିତୀୟ ଥର ପାଇଁ ଗାନ୍ଧୀନଗରରୁ ନାମାଙ୍କନ ଭରିଲେ ଅମିତ ଶାହ । ୨୦୧୯ ଲୋକସଭା ନିର୍ବାଚନରେ ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗର ଆସନରୁ ୮ ଲକ୍ଷ ୯୦ ହଜାରରୁ ଅଧିକ ଭୋଟ ପାଇଥିଲେ । ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରହିଥିଲେ ସିଜେ ଚାୱଡା । ସେ ପାଖାପାଖି ୩ ଲକ୍ଷ ଭୋଟ ପାଇଥିଲେ । ଆଉ ଅମିତ ଶାହ ୫ ଲକ୍ଷ ୫୦- ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

ଗୁଜରାଟ ଲୋକସଭାର ସମସ୍ତ ୨୬ ସିଟରେ ଗୋଟିଏ ଦିନରେ ମତଦାନ ହେବ । ଚଳିତ ଥର ଅମିତ ଶାହଙ୍କ ବିପକ୍ଷରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ସୋନଲ ପଟେଲ । ଗାନ୍ଧୀ ନଗର ସବୁବେଳେ ବିଜେପିର ଗଡ ହୋଇ ରହି ଆସିଛି । ୧୯୮୯ ମସିହାରୁ ବିଜେପି ଏଠାରେ ଜିତି ଆସୁଛି । ଏହି ଆସନରୁ ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାନୀ ଲଢି ବିଜୟୀ ହୋଇଥିଲେ । ଆଡଭାନୀ ସର୍ବାଧିକ ୬ ଥର ଏହି ଆସନରୁ ବିଜୟୀ ହୋଇଥିଲେ ।

Related Articles

Back to top button