ମଣିପୁରରେ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟରେ ହିଂସା

ମଣିପୁରରେ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟରେ ହିଂସା ହୋଇଛି । ଏଠାରେ ଏକ ବୁଥରେ ଗୁଳିବିନିମୟ କରାଯାଇଛି । ଏଥିରେ ତିନିଜଣଙ୍କ ମୃତ୍ୟୁ ଘଟିବାର ସୂଚନା ମିଳିଛି । ଏହି ଘଟନାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏଥିରେ ପୋଲିସ ବୁଥରେ ବନ୍ଧୁକର ଶବ୍ଦ ଶୁଣିବାକୁ ମିଳିଛି ।

ମଣିପୁରରେ ହିଂସାର ଆଶଙ୍କାକୁ ଦୃଷ୍ଟିରେ ରଖାଯାଇ କେନ୍ଦ୍ରୀୟ ବାହିନୀ ଯବାନଙ୍କୁ ନିୟୋଜିତ କରାଯାଇଥିଲା । ଏହାପରେ ମଧ୍ୟ ଗୁଳି ବିନିମୟ ହୋଇଯାଇଛି । ଏହି ଘଟଣା ମୋଇରାଙ୍ଗ ବିଧାନସଭା ଅଞ୍ଚଳର ଥମନପୋକପିରେ ଘଟିଛି । ଘଟଣାସ୍ଥଳରେ ଯବାନମାନଙ୍କ କଡ଼ା ସରକ୍ଷାକୁ ସୁଦୃଢ କରାଯଇାଛି ।

ଏହା ବ୍ୟତୀତ ଇମ୍ଫାଲ ପୂର୍ବ ଜିଲ୍ଲାର ଥୋଙ୍ଗଜୁ ବିଧାନସଭା ଅଞ୍ଚଳର ଏକ ମତଦାନ କେନ୍ଦ୍ରରେ ମଧ୍ୟ ହିଂସା ଘଟିବାର ସୂଚନା ମିଳିଛି । ସୂଚନା ଅନୁଯାୟୀ, ଇମ୍ଫାଲର ପୂର୍ବ ଜିଲ୍ଲାର ଭମୋନ କମ୍ପୁରେ ଇଲେକ୍ଟ୍ରୋନିକ୍ସ ଭୋଟିଙ୍ଗ ମେସିନ ନଷ୍ଟ କରାଯାଇଛି । ଭ୍ରଷ୍ଟାଚାରୀମାନେ ମତଦାନ କେନ୍ଦ୍ର ଉପରେ ଆକ୍ରମଣ କରିଥିଲେ ।

Related Articles

Back to top button