ମିଳିଲା ୫କୋଟି ବର୍ଷ ପୁରୁଣା ‘ବାସୁକି’ ସାପର ଜୀବାସ୍ମ

ଏକ ବସ ଠାରୁ ବି ଲମ୍ବା ସାପ । ବିଶାଳ ବାସୁକି ଇଣ୍ତିକସ୍ ନାମକ ଏକ ପ୍ରାଚୀନ ପ୍ରଜାତିର ସାପର ଜୀବାସ୍ମକୁ ଗୁଜୁରାଟରୁ ବୈଜ୍ଞାନିକ ମାନେ ଠାବ କରିଛନ୍ତି । ତେବେ ଏହି ପ୍ରଜାତିର ସାପ ପ୍ରାୟ ୪.୭କୋଟି ବର୍ଷ ପୂର୍ବରୁ ଦେଖିବା ପାଇଁ ମିଳୁଥିଲା ବୋଲି ଦାବି କରାଯାଇଛି । ତେବେ ଏହା ଡାଇନୋସର ଠାରୁ ମଧ୍ୟ ବଡ଼ ବୋଲି କୁହାଯାଉଛି । ସେହିପରି ବୈଜ୍ଞାନିକ ମାନେ ଦାବି କରୁଛନ୍ତି ଯେ, ଏହା ବିଶ୍ୱର ସବୁଠୁ ବଡ଼ ସାପ ।ତେବେ ଏହି ସାପର ଲମ୍ବ ୧୧ ରୁ ୧୫ ମିଟର । ଏହା ମ୍ୟାଡସୋଏଡା ସାପର ବଂଶଜ ବୋଲି କୁହାଯାଉଛି ହେଲେ ଏହା ଏହି ପ୍ରଜାତିପ ସାପ କେବଳ ଭାରତରେ ହିଁ ଦେଖିବା ପାଇଁ ମିଳିଥାନ୍ତି । ବୈଜ୍ଞାନିକମାନେ ଏହାର ନାମ ରଖିଛନ୍ତି ‘ବାସୁକି ଇଣ୍ଡିକସ୍’।

ତେବେ’ବାସୁକି ‘ ନାମ ଭଗବାନ ଶିବଙ୍କ ବେକରେ ଗୁଡ଼ାଯାଇଥିବା ସର୍ପରୁ ଉତ୍ପନ୍ନ ହୋଇଛି। ‘ଇଣ୍ଡିକସ୍’ ଶବ୍ଦର ଅର୍ଥ ହେଉଛି ‘ଭାରତର’। ବୈଜ୍ଞାନିକମାନେ ଏହି ନାମରେ ଦର୍ଶାଇଛନ୍ତି ଯେ ଏହି ସାପଟି କେବଳ ଭାରତରେ ମିଳିଥିଲା ଏବଂ ଭଗବାନ ଶିବଙ୍କ ନାଗରାଜ ପରି ଶକ୍ତିଶାଳୀ ଏବଂ ବିରାଟ ଥିଲା । ଆଇଆଇଟି ରୁର୍କିର ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ, ବର୍ତ୍ତମାନ ବିଲୁପ୍ତ ହୋଇଥିବା ସାପ ହୁଏତ ଦୁନିଆର ସବୁଠାରୁ ଲମ୍ବା ସାପ ହୋଇଥାଇପାରେ।୨୦୦୫ରେ, ଉତ୍ତରାଖଣ୍ଡର ରୁରକି ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ର ବୈଜ୍ଞାନିକମାନେ ଗୁଜୁରାଟର କୁଚ୍ ସ୍ଥିତ ଏକ କୋଇଲା ଖଣିରେ 27 ଟି ବଡ଼ କଙ୍କାଳର ଖଣ୍ଡ ପାଇଥିଲେ। କିଛି ହାଡ ମଧ୍ୟ ମିଳିତ ହୋଇଥିବାର ଦେଖିବାକୁ ମିଳିଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଜୀବାଶ୍ମଗୁଡିକ ଏକ ବୃହତ୍ କୁମ୍ଭୀର ପରି ଜୀବଙ୍କର ଅବଶିଷ୍ଟାଂଶ ଭାବରେ ବିବେଚନା କରାଯାଉଥିଲା | କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ଯେ ଏହା ପ୍ରକୃତରେ ବିଶ୍ୱରେ ଦେଖାଯାଇଥିବା ସବୁଠାରୁ ବଡ ସାପ ମଧ୍ୟରୁ ଗୋଟିଏ ।

ଅଧ୍ୟୟନରେ କୁହାଯାଇଛି ଯେ, ଏହି କଙ୍କାଳ ଖଣ୍ଡଗୁଡ଼ିକ ସମ୍ପୂର୍ଣ୍ଣ ବିକଶିତ ବୟସ୍କ ସାପର ଅଟେ । ତେବେ ପରିବେଶ ଏହି ସାପଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ହୋଇଥାଏ, ଖାଇବାକୁ ପ୍ରଚୁର ମିଳିଥାଏ । ଶିକାର କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡି ନଥାଏ ତେଣୁ ଏହି ସାପର ଲମ୍ବ ଏତେ ଅଧିକ ହୋଇଥାଇ ପାରେ ବୋଲି ଦାବି କରାଯାଉଛି ।

Related Articles

Back to top button