ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି ମୋଦୀ ହେଉଛନ୍ତି ବିଶ୍ୱରେ ବସ୍

ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ଏହି କ୍ରମରେ ସିଡନୀରେ ଆୟୋଜିତ୨୦ ହଜାର ଭାରତୀୟଙ୍କ ଏକ ଉଦବୋଧନ କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋଦିଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ କହିଛନ୍ତି ମୋଦୀ ହେଉଛନ୍ତି ବିଶ୍ୱରେ ବସ୍ । ତାଙ୍କୁ ସ୍ୱାଗତ କରିବା ଏକ ବଡ ସୌଭାଗ୍ୟର କଥା । ପ୍ରଧାନମନ୍ତ୍ରୀ ଭାବରେ ମୋର ପ୍ରଥମ ବର୍ଷ ଚାଲିଥିବା ବେଳେ ଏହି ସମୟରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବାର ସୁଯୋଗ ପାଇଥିବାରୁ ମୁଁ ବିଶେଷ ଖୁସି ଅନୁଭବ କରୁଛି । ମୁଁ ମୋଦୀଙ୍କୁ ୬ ଥର ଭେଟି ସାରିଛି । କିନ୍ତୁ ଏଥର ତାଙ୍କ ସହ ମଞ୍ଚ ଉପରେ ଏକାଠି ଛିଡା ହେବାର ସୌଭାଗ୍ୟ ଅର୍ଜନ କରିଛି । ଏହି କାର୍ଯ୍ୟକ୍ରମରେ ଯେଉଁ ଉତ୍ସାହ ଦେଖିବାକୁ ମିଳିଛି ତାହା ମୋତେ ବେଶ୍ ପ୍ରଭାବିତ କରିଛି ।

ସେ କହିଛନ୍ତି ଏହା ପୂର୍ବରୁ ଶେଷ ଥର ମୋତେ ଏହି ମଞ୍ଚରେ ଆମେରିକାର ପ୍ରସିଦ୍ଧ ଗାୟକ ବ୍ରୁସ୍ ସ୍ପ୍ରିଙ୍ଗଷ୍ଟୀନଙ୍କୁ ଦେଖିବାକୁ ମିଳିଥିଲା । କିନ୍ତୁ ଏଠି ମୋଦୀଙ୍କୁ ଯେପରି ସ୍ୱାଗତ ସମ୍ବର୍ଦ୍ଧନା ମିଳିଛି ତାହା ବ୍ରୁସଙ୍କୁ ମିଳି ନ ଥିଲା । ମୋଦୀ ହେଉଛନ୍ତି ସମସ୍ତଙ୍କ ବସ୍ । ସେ ଆହୁରି କହିଛନ୍ତି ଯେତେବେଳେ ମୁଁ ମାର୍ଚ୍ଚ ମାସରେ ଭାରତ ଗସ୍ତରେ ଯାଇଥିଲି ସେତେବେଳେ ବହୁ ମଧୁର ସ୍ମୃତି ସାଥିରେ ସାଉଁଟି ଆଣିଥିଲି । ଗୁଜୁରାଟରେ ହୋଲି ମନାଇବା, ଦିଲ୍ଲୀରେ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବା ଏହିସବୁ ମୁହୂର୍ତ୍ତ ଗୁଡିକ ମୋ ଲାଗି ଅବିସ୍ମରଣୀୟ । ଏହି ସମୟରେ ମୋତେ ଅଷ୍ର୍ଟ୍ରେଲିଆ ଓ ଭାରତର ଲୋକଙ୍କ ମଧ୍ୟରେ କିଛି ଗଭୀର ସମ୍ବନ୍ଧ ଥିବା ପରି ଅନୁଭବ ହୋଇଥିଲା । ସେ ଆହୁରି କହିଛନ୍ତି ଭାରତକୁ ଜାଣିବାକୁ ହେଲେ ଟ୍ରେନ୍ ଓ ବସରେ ଯାତ୍ରା କରିବାକୁ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ ସିଡନୀ ସାମୁଦାୟିକ କାର୍ଯ୍ୟକ୍ରମରେ “ଦି ଲିଟିଲ୍ ଇଣ୍ଡିଆ ଗେଟୱେ’ର ଆଧାରଶିଳା ସ୍ଥାପନ କରିଛନ୍ତି । ସିଡନୀର ଅଲମ୍ପିକ୍ ପାର୍କ ଷ୍ଟାଡିୟମରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଏହି ସମୟରେ ଷ୍ଟାଡିୟମ ମୋଦୀ ମୋଦୀ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା । ମୋଦୀ ଷ୍ଟାଡିୟମରେ ପହଞ୍ôଚବା ପରେ ସମସ୍ତେ ଛିଡା ହୋଇ ମୋଦୀଙ୍କୁ ସ୍ୱାଗତ କରିଥିଲେ ।

Related Articles

Back to top button