ନିଆଁରେ ଜଳି ପୂଜା ପେଣ୍ଡାଲ୍ ଛାରଖାର୍ ହୋଇ ଯାଇଥିବା ବେଳେ କେବଳ ମାଆଙ୍କ ମୂର୍ତ୍ତି ରହିଛି

ଭଦୋହି: ନିଆଁର ଆଁରେ ଜଳି ଯାଇଛି ସବୁକିଛି । ପୂଜା ପେଣ୍ଡାଲ୍ ଛାରଖାର୍ ହୋଇ ଯାଇଥିବା ବେଳେ କେବଳ ମାଆଙ୍କ ମୂର୍ତ୍ତି ରହିଛି । ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିଯାଇ ସବୁକିଛି ଛାରଖାର୍ କରି ଦେଇଥିଲା । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାର ଦୁର୍ଗା ପୂଜା ମଣ୍ଡପରେ ଏଭଳି ଅଘଟଣ ଘଟିଛି । ମୃତକଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୬୪ ଜଣଙ୍କୁ ଭର୍ତ୍ତି କରାଯାଇଛି । ଗୁରୁତର ଆହତ ହୋଇଥିବା ୪୨ ଜଣଙ୍କୁ ବାରଣାସୀ ଓ ପ୍ରୟାଗରାଜ ସ୍ଥାନାନ୍ତରିତ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଦୁର୍ଗା ପୂଜା ମଣ୍ଡପରେ ସର୍ଟ ସର୍କିଟରୁ ନିଆଁ ଲାଗିଥିଲା । ଯେଉଁଥିରେ ୧୨ ବର୍ଷର ଅଙ୍କୁଶ ସୋନି, ୧୦ ବର୍ଷର ନବୀନ, ୪୫ ବର୍ଷୀୟ ଜୟା ଦେବୀଙ୍କ ସହ ଆଉ ୨ ଜଣଙ୍କ ମୃତ୍ୟ ହୋଇଛି । ଅଗ୍ନିକାଣ୍ଡ ଘଟଣାର ଯାଞ୍ଚ ପାଇଁ ଏସାଇଟି ଗଠନ କରାଯାଇଛି ।

Related Articles

Back to top button