ଦାରିଙ୍ଗବାଡ଼ିରେ ଇ-କମର୍ସ ଟ୍ରକ ଓଲଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଦାରିଙ୍ଗବାଡ଼ି : ଓଲଟିଲା ଇ-କମର୍ସ ଟ୍ରକ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଡଙ୍ଗେରୀ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ କମ୍ପାନୀର କର୍ମଚାରୀ ଓ ସ୍ଥାନୀୟଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ଇ-କମର୍ସ କମ୍ପାନୀର ଟ୍ରକଟି ଭବାନୀପାଟଣାରୁ ଦାରିଙ୍ଗବାଡ଼ି ଅଭିମୁଖେ ଆସୁଥିଲେ । ବିପରୀତ ଦିଗରୁ ଆସୁଥିବା ଏକ ଗାଡ଼ି ଚାଳକ ସାଇଡ଼ ଦେବା ସମୟରେ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡିଥିଲା । ଯାହାଫଳରେ କି ଗାଡିରେ ଥିବା ଅନେକ ସାମଗ୍ରୀ ଏଣେତେଣେ ପଡିଥିଲା । ତେବେ ଦୁର୍ଘଟଣା ସଂପର୍କରେ ସୂଚନା ପାଇ କମ୍ପାନୀର କର୍ମଚାରୀ ଓ ସ୍ଥାନୀୟଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Related Articles

Back to top button