ଆଜି ୬ଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି।

ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ପୂର୍ବରୁ ବିଜେପି ୫ଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆଜି ୬ଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ।

ଷଷ୍ଠ ପର୍ଯ୍ୟାୟରେ ବିଜେପି ୩ ଜଣ ପ୍ରାର୍ଥୀଙ୍କ ନାମ ଜାରି କରିଛି । ରାଜସ୍ଥାନର କରୌଲୀ-ଧୋଲପୁର ଲୋକସମା ଆସନରୁ ଇନ୍ଦୁ ଦେବୀ ଜାଟୱ, ଦୌସା ଲୋକସଭା ଆସନରୁ କହ୍ନୈୟା ଲାଲ ମୀଣା ଓ ମଣିପୁରର ଇନର ମଣିପୁର ଲୋକସଭା ଆସନରୁ ଥୌନାଓଜାମ ବସନ୍ତ କୁମାର ସିଂହ ନିର୍ବାଚନ ଲଢ଼ିବେ । ଏହା ପୂର୍ବରୁ ଗତ ୨୪ ତାରିଖ ଦିନ ଦଳ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା । ସେହି ଲିଷ୍ଟରେ ମୋଟ ୧୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା ।

Related Articles

Back to top button