୧୭୨ ଛାତ୍ରଛାତ୍ରୀ ଫେଲ୍ ପରେ ବିକ୍ଷୋଭ, କ୍ୟାପିଟାଲ ଲ’ କଲେଜରେ ତାଲା

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ଲ’ କଲେଜରେ ତାଲା। କଲେଜ ବନ୍ଦ କରି ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ । ଗୋଟିଏ ସେମିଷ୍ଟାରରେ ୧୭୨ ଛାତ୍ରଛାତ୍ରୀ ଫେଲ୍ ହେବା ଘଟଣାକୁ ନେଇ ଛାତ୍ରଛାତ୍ରୀ କରିଛନ୍ତି ବିରୋଧ।

ତେବେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପରେ ପରିସ୍ଥିତି ଏମିତି ହୋଇଥିଲା ଯେ, ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା । ହେଲେ ଦୀର୍ଘ ସମୟର ଆଲୋଚନା ପରେ ବୁଝି ନ ଥିଲେ ଛାତ୍ରଛାତ୍ରୀ । ଫଳରେ ଜିଦ୍‌ରେ ଅଡିବସି ଗେଟ୍ ଖୋଲି ନ ଥିଲେ ଛାତ୍ରଛାତ୍ରୀ । ଖାତାର ପୁନଃ ଯାଞ୍ଚ ପାଇଁ ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି।

Related Articles

Back to top button