ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିଲେ ମନ୍ଦିର ପ୍ରତି ବିପଦ ହେବନି: ଆମିକସ କ୍ୟୁରି

କୋଣାର୍କ: ଓଡ଼ିଆଙ୍କ ସ୍ଥାପତ୍ୟର ପରିଚୟ କୋଣାର୍କ ସୂର୍ଯ୍ୟମନ୍ଦିର। ବାଲି କାଢ଼ିବା ନେଇ ଏଏସଆଇ ନିଷ୍ପତ୍ତି ନେବା ପରେ ମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାରି ଭିତରେ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ଏନ.କେ ମହାନ୍ତି ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ଆଉ ଏଏସଆଇ ବାଲି କାଢିବା ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାର ଅନୁଧ୍ୟାନ କରିଛନ୍ତି। ଏହାପରେ ସେ କହିଛନ୍ତି ଏଏସଆଇ ମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି। ଏପରିକି ବାଲି କଢ଼ାଯିବା ପରେ ମନ୍ଦିର ପ୍ରତି ବିପଦ ନଥିବା ସେ କହିଛନ୍ତି।

ସୂର୍ଯ୍ୟମନ୍ଦିର ମୁଖଶାଳାର ଗର୍ଭଗୃହରେ ଭର୍ତ୍ତି ହୋଇଥିବା ବାଲି କାଢ଼ିବା ପାଇଁ ନିଷ୍ପତ୍ତି ହେବାପରେ ଏବେ ମନ୍ଦିରର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ ପାଇଛି। ତେଣୁ ଏଏସଆଇ ବାଲି କାଢିବା ନିଷ୍ପତ୍ତି ସଠିକ ତ ବୋଲି ସାଧାରଣରେ ଗୋଟିଏ ପ୍ରଶ୍ନ ଉଠିଛି। ଆମିକସ କ୍ୟୁରି ଗଚକାଲି ଗସ୍ତ କରିବା ପରେ ଏଏସଆଇର ବରିଷ୍ଠ ଅଧିକାରୀ ଏବଂ ବୈଷୟିକ ଟିମ୍ ଉପସ୍ଥିତ ଥିଲେ।

Related Articles

Back to top button