ଲୋକସଭା ସାଂସଦ ଗିରୀଶ ବାପଟଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ଲୋକସଭା ସାଂସଦ ଗିରୀଶ ବାପଟଙ୍କ ପରଲୋକ ଘଟିଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ଦୀନନାଥ ମଙ୍ଗେସ୍କର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ସେ ଦୀର୍ଘଦିନ ଧରି ଗମ୍ଭୀର ରୋଗ ସହ ଲଢ଼ୁଥିଲେ । ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସପ୍ତାହକ ମଧ୍ୟରେ ତାଙ୍କର ତିନି ଥର ଡାୟଲିସିସ କରାଯାଉଥିଲା ।

ତେବେ ମୃତ୍ୟୁ ବେଳକୁ ଗିରୀଶଙ୍କୁ ୭୨ ବର୍ଷ ହୋଇଥିଲା । ତାଙ୍କର ମୃତ୍ୟୁ ବାବଦରେ ପୁଣେ ବିଜେପି ସହର ଅଧ୍ୟକ୍ଷ ଜଗଦୀଶ ମୁଲିକ ସୂଚନା ଦେଇଛନ୍ତି । ଗତବର୍ଷ ଠାରୁ ସେ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ରହିଥିଲେ । ଏନେଇ ଜଗଦୀଶ କହିଛନ୍ତି, ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ଏକ ଦୁଃଖର ଦିନ । ବରିଷ୍ଠ ନେତା ତଥା ପୁଣେ ଲୋକସଭା ସାଂସଦ ଗିରୀଶ ଆଜି ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଶେଷ ନିଃଶ୍ୱାସ ଆସନ୍ତାକାଲି ବୈକୁଣ୍ଠ ଶ୍ମଶାନ ଘାଟରେ କରାଯିବ ।

ସୂଚନାଯୋଗ୍ୟ ଯେ, ଗିରୀଶ କସମା ପେଠ ନିର୍ବାଚନୀ କ୍ଷେତ୍ରରୁ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଟିକେଟରେ ଜିତିଥିଲେ । ଦୀର୍ଘ ୪ ଦଶନ୍ଧି ଧରି ସେ ବିଜେପି ରାଜନୀତି ସହିତ ଜଡ଼ିତ ରହିଥିଲେ । ତାଙ୍କର ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୀଙ୍କ ସହିତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଶୋକବ୍ୟକ୍ତ କରିଛନ୍ତି ।

Related Articles

Back to top button