ଆଜି ରାତିରେ ପୃଥିବୀ ଦେଇ ଅତିକ୍ରମ କରିବ ଏକ ବିଶାଳ ଉଲ୍‌କାପିଣ୍ଡ

ନୂଆଦିଲ୍ଲୀ :  ଜ୍ୟୋତିର୍ବିଜ୍ଞାନୀମାନେ ଏକ ଚେତାବନୀ ଦେଇଛନ୍ତି ଯେ ଏକ ବିଶାଳ ଉଲ୍‌କାପିଣ୍ଡ ପୃଥିବୀ ଆଡକୁ ମାଡି ଆସୁଛି। ଆଜି ରାତିରେ ହିଁ ଏହି ଉଲ୍‌କାପିଣ୍ଡ ପୃଥିବୀର ଅତି ନିକଟବର୍ତ୍ତୀ ହେବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ଏହି ଉଲ୍‌କାପିଣ୍ଡକୁ ଦେଖିବାକୁ ମିଳିଥିଲା । ୨୦୧୨ ମସିହାରେ ପ୍ରଥମେ ବୈଜ୍ଞାନିକମାନେ ଏହାକୁ ଦେଖିଥିଲେ । ଶେଷ ଥର ପାଇଁ ୨୦୧୭ରେ ଏହି ଉଲ୍‌କାପିଣ୍ଡ ପୃଥିବୀ ଆଡକୁ ମାଡି ଆସୁଥିବାର ଦେଖାଯାଇଥିଲା । ପୁଣି ଆଜି ରାତି ୧୧.୩୩ ରେ ପୃଥିବୀର ଅତି ନିକଟକୁ ଆସିବ ବୋଲି ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି ।

ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ୨୦୨୨ ଣକ୪ ନାମକ ଏକ ଉଲ୍‌କାପିଣ୍ଡ ପୃଥିବୀର କକ୍ଷପଥଠାରୁ ମାତ୍ର ୪,୪୯୫,୪୧୬.୦୧୫ କିଲୋମିଟର ଦୂରତା ଦେଇ ଗତି କରିଥିଲା । ଆଜିର ଘଟଣା ପରେ ୨୦୨୯ ମସିହା ମେ ମାସରେ ପୁଣି ଥରେ ପୃଥିବୀର ନିକଟତର ହେବ । ଜାନୁଆରୀ ୨୦୩୪ ରେ ଏବଂ ପୁନର୍ବାର ୨୩ ବର୍ଷ ପରେ ମେ ୨୦୫୭ ରେ ଏହା ପୃଥିବୀର ଅତି ନିକଟବର୍ତ୍ତୀ ହେବ । ଶେଷ ଥର ପାଇଁ ସେପ୍ଟେମ୍ବର ୨୦୭୯ ରେ ପୃଥିବୀ ପାଖକୁ ଆସିବା ପରେ ଏହା ମହାକାଶରେ ଅଦୃଶ୍ୟ ହୋଇଯିବ ।

୨୫  ମାର୍ଚ୍ଚ ୨୦୨୩ ରେ ଏକ ବୃହତ ଉଲ୍‌କାପିଣ୍ଡ ପୃଥିବୀ ଠାରୁ ୧୦୭,୫୦୦ ଦୂରତା ଦେଇ ଗତି କରିଥିଲା । ଯଦି ପୃଥିବୀର ଯେକୌଣସ ସ୍ଥାନରେ ଧକ୍କା ଦେବାରୁ ସମ୍ଭାବନ ଥିଲା । ପରମାଣୁ ବୋମା ପରି ହୋଇଥାନ୍ତା । ସୂଚନାଯୋଗ୍ୟ , ଉଲ୍‌କାପିଣ୍ଡ ହେଉଛି ଏକ ଛୋଟ ଗ୍ରହ, ଯାହା ଗ୍ରହ ସୃଷ୍ଟି ସମୟରେ ଛୋଟ ଖଣ୍ଡରେ ଭାଙ୍ଗି ସୂର‌୍ୟ୍ୟ ଚାରିପଟେ ଘୂରି ବୁଲିବା ଆରମ୍ଭ କରନ୍ତି । ସେଥିମଧ୍ୟରୁ କିଛି ଖଣ୍ଡ ପୃଥିବୀ ନିକଟକୁ ଆସେ ଏବଂ ଅନେକ ଗ୍ରହ ପୂର୍ବରୁ ଜଳି ଯାଏ ।

Related Articles

Back to top button