
ବଲିଉଡ଼ ଅଭିନେତା ହରିଶ ମାଗନଙ୍କ ପରଲୋକ
ମୁମ୍ବଇ: ବଲିଉଡ଼ ଅଭିନେତା ହରିଶ ମାଗନଙ୍କ ପରଲୋକ ଘଟିଛି । ରବିବାର ୭୬ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ‘ଗୋଲ୍ମାଲ୍’, ‘ନମକ ହଲାଲ’ ଏବଂ ‘ଇନକାର’ ଆଦି ଚଳଚ୍ଚିତ୍ରରେ ତାଙ୍କର ଉତ୍କୃଷ୍ଟ ଅଭିନୟ ଦ୍ବାରା ଲୋକଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ହରିଶଙ୍କ ପରିବାରରେ ତାଙ୍କ ପତ୍ନୀ, ପୁଅ ସିଦ୍ଧାର୍ଥ ଏବଂ ଝିଅ ଆରୁଷୀ ଅଛନ୍ତି। ହରିଶଙ୍କ ଝିଅ ସିଙ୍ଗାପୁରରେ ରହନ୍ତି।